ଲଭ୍‌-ସେକ୍ସ-ଧୋକା: ଡିସିପିଙ୍କ ତଦନ୍ତ ଆରମ୍ଭ

Advertisment
ଲଭ୍‌-ସେକ୍ସ-ଧୋକା: ଡିସିପିଙ୍କ ତଦନ୍ତ ଆରମ୍ଭ

Khas Khabar

ଭୁବନେଶ୍ୱର: ପ୍ରଥମ ବିବାହ ପରେ ଜୀବନ ଯନ୍ତ୍ରଣାପୂର୍ଣ୍ଣ ହେବାରୁ ସେ ଦ୍ୱିତୀୟ ବିବାହ କଲେ। ହେଲେ ଦ୍ୱିତୀୟ ବିବାହ ମଧ୍ୟ ପ୍ରଥମ ବିବାହ ଅନୁଭୂତିର ୨ ଗୁଣ ହେଲା। ତାଙ୍କୁ ଉପଭୋଗ କରିବା ପରେ ଦ୍ୱିତୀୟ ସ୍ୱାମୀ ଘରୁ ତଡ଼ିଦେଲେ। କଟକ ମହିଳା ଥାନାରେ ମାମଲା ହେବା ସତ୍ୱେ ପୁଲିସ୍‌ ତାଙ୍କୁ ଗିରଫ କରୁନାହିଁ। ଦ୍ୱିତୀୟ ସ୍ୱାମୀ ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଉନାହାନ୍ତି। ଦୁଇ ଦୁଇ ଥର ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମଧ୍ୟ କଲେଣି। ଏ ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ, ମାନବାଧିକାର କମିସନ, ପୁଲିସ୍‌ ଆଇଜି ଓ ଡିଜି, ମହିଳା କମିସନ୍‌, ମାନବାଧିକାର କମିସନ ପ୍ରମୁଖଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହେବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଆସିଛି। ନୂଆ ଡିସିପି ଅନୁପ କୁମାର ସାହୁ ଏହାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

ମହିଳାଜଣଙ୍କ ଖାରବେଳନଗରର ବୋଲି ଜଣାପଡ଼ିଛି। ୨୦୦୫ରେ ସେ ବ୍ରହ୍ମପୁରର ଜଣେ ପ୍ରଭାବଶାଳୀ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ ହୋଇଥିଲା। ଏଣୁ ତାଙ୍କଠାରୁ ସମ୍ପର୍କ ଛିନ୍ନ କରି ସେ ଚାଲି ଆସିଥିଲେ। ବିବାହ ବିଛେଦ ପାଇଁ ସେ ଆବେଦନ କରିଥିଲେ। ଏତିକିବେଳେ ମୋହରିର ଭାବରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା। ସେବେଠାରୁ ଏହି ବିବାହିତ ଯୁବକ ତାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ ଦିନେ ବିବାହ ପାଇଁ ଜିଦ୍‌ କରିଥିଲେ। ତାଙ୍କ କଥାରେ ପଡ଼ି ପୁରୀ ରାମମନ୍ଦିରରେ ଯାଇ ବିବାହ କରିଥିଲେ। ପାଖାପାଖି ୪ ମାସ ପାଖରେ ରଖିବା ପରେ ସେ ମଧ୍ୟ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଅଦ୍ୟାବଧି ନିର୍ଯାତନା ଜାରି ରହିଛି। ବରଂ ହତ୍ୟା କରିବା ପାଇଁ ଦୁଇ ଦୁଇ ଥର ଉଦ୍ୟମ କରିସାରିଲେଣି। ଏଣୁ ହତ୍ୟା ପୂର୍ବରୁ ମୋ କଥା ଶୁଣନ୍ତୁ ବୋଲି ସେ ପୁଲିସ୍‌କୁ ଆକୁଳ ନିବେଦନ କରିଛନ୍ତି। ଅନ୍ୟପଟେ ଯୌତୁକ ନିର୍ଯାତନା ଆଇନ ସରଳ ହୋଇଥିବାରୁ ଏତଲା ପରେ ପରେ ଗିରଫ କରିବା ସମ୍ଭବ ନୁହେଁ, ଏଣୁ ତଦନ୍ତ ପରେ ଯାହା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe