ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଶଠ ପ୍ରେମିକ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ବର: ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଗିରଫ ହୋଇଛି ଶଠ ପ୍ରେମିକ। ଏଭଳି ଏକ ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ୟୁନିଟ୍‌-୩ ଲେବର କଲୋନିର ଲୋକନାଥ ମହାରଣା(୨୪)କୁ ଗିରଫ କରିଛି।

ସୂଚନା ମୁତାବକ ଅଭିଯୁକ୍ତ ଲୋକନାଥ ଖାରବେଳନଗରସ୍ଥିତ ଏକ ଜୁଏଲାରିରେ ସେଲ୍ସ ମ୍ୟାନ୍‌ ଭାବେ କାମକରୁଥିଲା। ଗତ ପ୍ରାୟ ୫ ମାସ ତଳେ ଜଣେ ଯୁବତୀଙ୍କ ସହ ତା’ର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏମିତିକି କଥା ଶାରୀରିକ ସମ୍ପର୍କ ରଖିବା ପର୍ଯ୍ୟନ୍ତ ଯାଇଥିଲା। ସୁଯୋଗ ନେଇ ଶଠ ଲୋକନାଥ ସେହିସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉଠାଇ ରଖିଥିଲା। ତେବେ ସୁଯୋଗବଶତଃ ଯୁବତୀଜଣଙ୍କ ଲୋକନାଥର ଅସଲ ଚେହେରା ବାବଦରେ ଜାଣିପାରିଥିଲେ। ସେ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କରେ ରହିଛି ବୋ‌ଲି ଜାଣିବା ପରେ ଯୁବତୀ ତା’ଠାରୁ ଦୂରେଇ ଯାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଧୂର୍ତ୍ତ ଲୋକନାଥ ସେମାନଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ୍‌ କରିଦେବ‌ ବୋଲି ଧମକ ଦେଇଥିଲା। ମାତ୍ର ଏଥିରେ ଯୁବତୀଜଣକ ଡରି ଯାଇନଥିଲେ କି ପୁଣି ତା’ ସହ ସମ୍ପର୍କ ରଖିନଥିଲେ। ତେଣୁ ଲୋକନାଥ ଯୁବତୀଙ୍କ ଭଉଣୀ ଭିଣୋଇଙ୍କ ହ୍ବାଟ୍ସ ଆପ୍‌କୁ କେତେକ ଭିଡିଓ ପଠାଇଥିଲା। ତେଣୁ ଯୁବତୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe