ଧଉଳି ଥାନାରେ ପ୍ରେମୀଯୁଗଳଙ୍କ ଆତ୍ମସମର୍ପଣ

Advertisment
ଧଉଳି ଥାନାରେ ପ୍ରେମୀଯୁଗଳଙ୍କ ଆତ୍ମସମର୍ପଣ

ଧଉଳି : ଶନିବାର ଫେରାର ହୋଇ ଯାଇଥିବା ପ୍ରେମୀଯୁଗଳ ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏ ସଂପର୍କରେ ଖବର ପାଇ ସଂପୃକ୍ତ ଯୁବତୀଙ୍କ ବାପା ମା’ ଥାନାରେ ପହଞ୍ଚିବା ପରେ ପୁଲିସ ଯୁବତୀଙ୍କୁ ତାଙ୍କ ଜିମା ଦେଇଥିବା ବେଳେ ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖି ଅନୁସନ୍ଧାନ ଚଳାଇଛି। ପୁଲିସ ଉଭୟଙ୍କ ବାପା ମା’ଙ୍କୁ ଥାନାକୁ ଡକାଇ ଆପୋସ ସମାଧାନ ପାଇଁ ଉଦ୍ୟମ କରୁଛି। ସୂଚନାନୁଯାୟୀ ଯୁବକଙ୍କ ନିଜ ଘର ଅନୁଗୁଳ। ସେ ଦୀର୍ଘ ଦିନ ହେବ ଏଠାରେ ଥିବା ଏକ ହୋଟେଲରେ କାମ କରନ୍ତି। ଗତ କିଛି ଦିନ ହେବ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe