ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ସିଏସ୍ଏମ୍ ସିନାପ୍ସର ତୃତୀୟ ସଂସ୍କରଣରେ ଲୟଲା ଇଣ୍ଟରନ୍ୟାସନାଲ୍ ସ୍କୁଲ ଟାଇଟଲ୍ ହାସଲ କରିଛି। ଚଳିତ ବର୍ଷର ପ୍ରତିଯୋଗିତାରେ ଆହ୍ବାନମୂଳକ ପ୍ରଶ୍ନ, ଆକର୍ଷଣୀୟ ରୋମାଞ୍ଚଭରା ଖେଳ ଏବଂ ଆକର୍ଷଣୀୟ ପୁରସ୍କାରର ମିଶ୍ରଣ ଦେଖିବାକୁ ମିଳିଥିଲା ।
ଲୟଲାର ପୂର୍ବାଶା ଫାଲଗୁନି ଓ ପ୍ରତ୍ୟକ୍ଷ ରସ୍ତୋଗିଙ୍କ ଯୋଡ଼ି ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଗ୍ରାଣ୍ଡ ଫିନାଲେରେ ଅନ୍ୟ ୫ଟି ଜୋନାଲ ବିଜେତା ଦଳକୁ ପରାସ୍ତ କରି ୫୦,୦୦୦ ଟଙ୍କାର ଗ୍ରାଣ୍ଡ ପୁରସ୍କାର ହାସଲ କରିଛନ୍ତି। ୟୁନିଟ୍-୮ ଡିଏଭିର ପ୍ରତ୍ୟୁଷ ଧଳ ଓ ଅୟନ ସେନାପତି ଉପବିଜେତା ହେବା ସହ ୨୫ ହଜାର ଟଙ୍କା ପୁରସ୍କାର ପାଇଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ବ୍ରହ୍ମପୁର), ଇଣ୍ଡୋ ଇଂଲିଶ ସ୍କୁଲ (ରାଉରକେଲା), ଦିଲ୍ଲୀ ପବ୍ଲିକ ସ୍କୁଲ (ପାରାଦୀପ ରିଫାଇନାରୀ) ଏବଂ ଦୀପିକା ଇଂଲିଶ ମିଡିୟମ ସ୍କୁଲ (ରାଉରକେଲା)କୁ ଜୋନାଲ ବିଜେତା ଭାବେ ସମ୍ମାନିତ କରାଯାଇଥିଲା। ସିଏସଏମର ସିଟିଓ ଲଗ୍ନା ପଣ୍ଡା, ସିଏଚଆରଓ ପ୍ରଦ୍ୟୁତ ମୋହନ ଦାଶ ବିଜେତା ଓ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Follow Us