ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ଯୁବ ନେତା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୫ତମ ଜନ୍ମବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ଏ.କେ. ଦାସ ଫାଉଣ୍ଡେସନ ଏବଂ ଏ.କେ. ଦାସ ଆସେସିଏଟ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ଜଣାଶୁଣା ସମାଜସେବୀ ଡି. ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଲୁଲୁ ମହାପାତ୍ରଙ୍କ ବନ୍ଧୁ ଅମୀୟକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ, ଶ୍ରୀମୟ କର, ସ୍ବର୍ଗତ ମହାପାତ୍ରଙ୍କ ଝିଅ ଉପାସନାଙ୍କ ସମେତ ବହୁ ଯୁବ-ଛାତ୍ର ନେତା ଯୋଗ ଦେଇଥିଲେ । ସ୍ବର୍ଗତ ମହାପାତ୍ର ତାଙ୍କ ନେତୃତ୍ବ, ଜନସେବା ଓ ପରୋପକାର ପାଇଁ ଯୁବପିଢ଼ିର ଆଦର୍ଶ ହୋଇ ରହିବେ ବୋଲି ଅତିଥିମାନେ ମତପ୍ରକାଶ କରିଥିେଲ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୪୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କିଛି ଅସହାୟ ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ବିଶ୍ୱଜିତ ସାମନ୍ତରାୟ ଓ ବିକାଶ ପାତ୍ର ସଭା ପରିଚାଳନା କରିଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us