ସମୀପ ଦୃଷ୍ଟିଦୋଷ ସଂପର୍କରେ ସଚେତନତା ପାଇଁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ର ‘ମାଇଁ ସାଇକ୍ଲୋଥନ୍’

ସମୀପ ଦୃଷ୍ଟିଦୋଷ ସଂପର୍କରେ ସଚେତନତା ପାଇଁ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ର ‘ମାଇଁ ସାଇକ୍ଲୋଥନ୍’

ଭୁବନେଶ୍ୱର : ପିଲାଙ୍କ ଭିତରେ ବଢ଼ୁଥିବା ସମୀପ ଦୃଷ୍ଟିଦୋଷ ବା ମାୟୋପିଆ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମାଇଁସାଇକ୍ଲୋଥନ୍’ କାର୍ଯ୍ୟକ୍ରମ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଚଳିତ ମାସ ୧୯ ତାରିଖ ସକାଳେ କଳିଙ୍ଗ ଷ୍ଟାଡିୟମ୍ରୁ ଏହା ଆରମ୍ଭ ହେବ।

ମାଇଁସାଇକ୍ଲୋଥନ୍ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେବା ପାଇଁ ସୋମବାର ଦିନ ଏଲ୍ ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଭୁବନେଶ୍ୱର ପରିସରରେ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡର ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର ଏବଂ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ। ସିଦ୍ଧାନ୍ତ ମାଇଁ ସାଇକ୍ଲୋଥନ୍ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସଡର୍ ଅଛନ୍ତି।

ଏହି କାର୍ଯ୍ୟକ୍ରମରେ ସିଆରୟୁଟିର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଭାଗ ନେଇଥିଲେ। ସେହିପରି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ସୁସ୍ଥ ଜୀବନ ପାଇଁ ଦୃଷ୍ଟିଶକ୍ତିର ଗୁରୁତ୍ୱ ଉପରେ ଏକ ବାର୍ତ୍ତା ମାଧ୍ୟମରେ ସଚେତନ କରାଇଥିଲେ।

‘‘ମାୟୋପିଆ ଏବେ ସାରା ପୃଥିବୀରେ ଏକ ସାଧାରଣ ଦୃଷ୍ଟିଦୋଷର ରୂପ ନେବାକୁ ଯାଉଛି। ଆଗାମୀ ୨୦୫୦ ମସିହା ବେଳକୁ ପୃଥିବୀର ପ୍ରତି ୧୦ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଭିତରେ ଏହି ସମସ୍ୟା ଦେଖାଦେଇପାରେ। ବିଶେଷକରି, ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଭାରତରେ ପିଲାଙ୍କ ଭିତରେ ମାୟୋପିଆ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ସଚେତନତା ଏବଂ ଚିକିତ୍ସା ଉପରେ ଆଜିଠାରୁ ଗୁରୁତ୍ୱ ନ ଦେଲେ ସେହି ପିଲାମାନଙ୍କ ଜୀବନ ବିଶେଷଭାବେ ପ୍ରଭାବିତ ହେବ’’, ଏହି ଅବସରରେ କହିଛନ୍ତି ଏଲ୍ ଭି ପ୍ରସାଦ ଭୁବନେଶ୍ୱର କ୍ୟାମ୍ପସ୍ର ନିର୍ଦ୍ଦେଶକ ଡାକ୍ତର ସୂର୍ଯ୍ୟସ୍ନାତ ରଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe