ମା’ ଖଣ୍ଡେଶ୍ବରୀ ହାଟ ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ

Advertisment
ମା’ ଖଣ୍ଡେଶ୍ବରୀ ହାଟ ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ

ଭୁବନେଶ୍ବର: ମା’ ଖଣ୍ଡେଶ୍ବରୀ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ହାଟ ପରିସରରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ, ଏହା ବହୁ ପୁରାତନ ହାଟ। ଏହି ହାଟ ସହିତ ମୋର ବହୁତ ଦିନର ସମ୍ପର୍କ ରହିଛି। ଏହି ହାଟର ଏବେ ଉନ୍ନତୀକରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଅନ୍ୟତମ ଅତିଥି ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ସ୍ଥାନୀୟ କର୍ପୋରେଟର ବିପ୍ଳବ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି ଅବସରରେ ପଳାସୁଣି ଗ୍ରାମ୍ୟ ବିକାଶ କମିଟିର ସଭାପତି କୈଳାସ ଚନ୍ଦ୍ର ଲେଙ୍କା ଓ ସମ୍ପାଦକ ଭରତ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହାଟ ସଂଘର ସଂପାଦକ ନବୀନ ଚନ୍ଦ୍ର ପଟ୍ଟନାୟକ, ଚିତ୍ତରଂଜନ ଦାସ, ସଞ୍ଜୟ ବଳିୟାରସିଂହ, ସନ୍ତୋଷ ରାଉତ, ବିଷ୍ଣୁପ୍ରିୟା ସ୍ବାଇଁ, ପୂଜାରାଣୀ ଜେନା, ରଂଜିତା କାନୁନ୍‌ଗୋ, କଳ୍ପନା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୁକାନ୍ତ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe