୬୩ ୟୁନିଟ ରକ୍ତ ସଂଗ୍ରହ କଲା ମା’ ମଙ୍ଗଳା ୟୁଥ୍ କ୍ଲବ

Advertisment
୬୩ ୟୁନିଟ ରକ୍ତ ସଂଗ୍ରହ କଲା ମା’ ମଙ୍ଗଳା ୟୁଥ୍ କ୍ଲବ

ଭୁବନେଶ୍ବର: ବିଶ୍ବ ଏଡ୍‌ସ ଦିବସ ତଥା ଯୁବ ସମାଜସେବୀ ଅଭି‌ଳାଷ ମାଣିଆଙ୍କ ୩୫ତମ ଜନ୍ମଦିବସ ପାଳନ ଅବସରରେ ମା’ ମଙ୍ଗଳା ୟୁଥ୍ କ୍ଲବ୍ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଜିଜିପି କଲୋନି ମା’ ମଙ୍ଗଳା ୟୁଥ୍‌ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା।

ଶିବିରରେ ସମାଜସେବୀ ଅଭିଳାଷ ମାଣିଆ, ପୂର୍ବତନ କର୍ପୋରେଟର ପ୍ରତାପ ରାଉତରାୟ, ଜ୍ୟୋତ୍ସ୍ନାରାଣୀ ରାଉତରାୟ ଓ ସମାଜସେବୀ ଜାପାନ ରାଉତରାୟ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କ୍ଲବ୍ ପକ୍ଷରୁ ସଭାପତି ଆଶିଷ ରାଉତ, ସଂପାଦକ ଅସ୍ମିତ ଦାଶ, ଉପସଭାପତି ସନ୍ଦୀପ ମହାନ୍ତି, ସୁଧାଂଶୁ ଶେଖର ଖୁଣ୍ଟିଆ, ବିକାଶ ଜେନା, ରଶ୍ମିରଂଜନ ପରିଡ଼ା, କୃଷ୍ଣଚନ୍ଦ୍ର ବେହେରା, ବିନୋଦ ସାହୁ, ସୌମିକ୍ ମହାନ୍ତି ଓ ରଶ୍ମିରଂଜନ ଭୂୟାଁ ଶିବିର ପରିଚାଳନା କରିଥିଲେ।

ଶିବିରରୁ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। କ୍ୟାପିଟାଲ ହସ୍‌ପିଟାଲ ରକ୍ତଭଣ୍ଡାର ସହକର୍ମୀମାନେ ରକ୍ତସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe