ବିରାଜିଲେ ମା’ଲକ୍ଷ୍ମୀ

ମହତାବ ରୋଡ୍‌ ଆନିଆ ହାଉସ୍‌ ଛକରେ ଗଣେଶ ବଜାର ବ୍ୟବସାୟୀ ଟ୍ରଷ୍ଟ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଆଜି ବିଳମ୍ବିତ ରାତିରେ ବିନ୍ଦୁସାଗରରୁ ତୀର୍ଥଜଳ ଆସିବା ପରେ ପ୍ରାଣପ୍ରତିଷ୍ଠା ଦିଆଯାଇ ଯଜ୍ଞ, ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।

dgdjgjjgdj

ମହତାବ ରୋଡ୍‌
ମହତାବ ରୋଡ୍‌ ଆନିଆ ହାଉସ୍‌ ଛକରେ ଗଣେଶ ବଜାର ବ୍ୟବସାୟୀ ଟ୍ରଷ୍ଟ ପକ୍ଷରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଛି। ଆଜି ବିଳମ୍ବିତ ରାତିରେ ବିନ୍ଦୁସାଗରରୁ ତୀର୍ଥଜଳ ଆସିବା ପରେ ପ୍ରାଣପ୍ରତିଷ୍ଠା ଦିଆଯାଇ ଯଜ୍ଞ, ଆଳତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହି ପୂଜାରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ପ୍ରଦୀପ ସେବାଟ୍ରଷ୍ଟ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ୨୩ ତାରିଖରେ ପୂର୍ଣ୍ଣାହୁତି ହୋଇ ଚରୁଅନ୍ନ ବଣ୍ଟନ ଏବଂ ଭସାଣ ଅନୁଷ୍ଠିତ ହେବବୋଲି ବୈଠକରେ ନିଷ୍ପତି ହୋଇଛି। ଏଥିରେ ସଭାପତି ଲିଙ୍ଗରାଜ ପୃଷ୍ଟି, ସମ୍ପାଦକ ବାସୁଦେବ ମିଶ୍ର, ପ୍ରଦୀପ ସେବା ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ପୃଷ୍ଟି ପ୍ରମୁଖ ସାମିଲ ହୋଇଥିଲେ।

ନାଗେଶ୍ବରଟାଙ୍ଗୀ
ନାଗେଶ୍ବରଟାଙ୍ଗୀରେ ନାଗେଶ୍ବରଟାଙ୍ଗୀ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ରଶ୍ମିଟାୱାର ସମ୍ମୁଖ ଲକ୍ଷ୍ମୀ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ପୂର୍ବ ଭଳି ଚଳିତ ବର୍ଷ ମଧ୍ୟ ପୂଜାରେ ପଲିଥିନ୍‌ ବାରଣ କରାଯିବା ସହ ପରିବେଶ ସମ୍ପର୍କରେ ସଚେତନ କରାଯିବ ବୋଲି ପୂଜା କମିଟିର ସଭାପତି ତଥା ଗ୍ରିନ୍‌ ୱାଲର୍ଡ ଟ୍ରଷ୍ଟର ସଭାପତି କର୍ପୋରେଟର ନୃପେଶ କୁମାର ନାୟକ କହିଛନ୍ତି। ଏହି ଅବସରରେ ୧୯ ତାରିଖରେ ଭଜନ ସମାରୋହ ଓ ସାମୂହିକ ପ୍ରସାଦ ସେବନ ଅନୁଷ୍ଠିତ ହେବ। ୨୦ତାରିଖ ପୂର୍ଣ୍ଣାହୁତି ଓ ଚରୁଅନ୍ନ ବଣ୍ଟନ ସହିତ ଭସାଣ କରାଯିବ।

dgdjgjjj

ବାଲିଅନ୍ତା ବଜାର
ବାଲିଅନ୍ତା ବଜାର ଲକ୍ଷ୍ମୀପୂଜା କମିଟି ତରଫରୁ ଆଜି ଅପରାହ୍ଣରେ କର୍ମକର୍ତ୍ତାମାନେ କଳସ ଉଠାଇଥିଲେ। ପାରମ୍ପରିକ ଢୋଲ, ମହୁରି, ମୃଦଙ୍ଗ ଓ ଝାଞ୍ଜର ତାଳେତାଳେ ନାମ ସଂକୀର୍ତ୍ତନ କରି ଶୋଭାଯାତ୍ରାରେ ମଣ୍ଡପକୁ କଳସ ଜଳ ଆଣିଥିଲେ। ଏହାପରେ ମା’ଙ୍କର ଆବାହନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା। ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦବଜାର ଖୋଲା ରହିବ। ଶୃଙ୍ଖଳିତ ଦର୍ଶନ ପାଇଁ ବାଲିଅନ୍ତା ଥାନା ପକ୍ଷରୁ ବ୍ୟବସ୍ଥା କରାଯାଇଛି। ବେଣୁପୁର ବାଳେକାସାହିରେ ମଧ୍ୟ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି। ଚକ୍ରଧର ପରିଡ଼ା, ପଞ୍ଚାନନ ଜେନା ଓ ଜୟକୃଷ୍ଣ ମଙ୍ଗରାଜଙ୍କ ସହଯୋଗରେ ପୂଜା କାର୍ଯ୍ୟ ଚାଲିଛି। ବଇଁଚୁଆ ପଞ୍ଚାୟତ ପଟୁପଡ଼ା ଓ ଭିଙ୍ଗାରପୁର ପଞ୍ଚାୟତ ବଳିକନ୍ଥିଆରେ ଏହି ପୂଜା ଅନୁଷ୍ଠିତ ହେଉଛି। ହଂସପାଳ ଗାଁରେ ଅନୁଷ୍ଠିତ ମା’ ଗଜଲକ୍ଷ୍ମୀ ପୂଜାରେ ଆଜି ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ବାଲିପାଟଣା 
ବନମାଳୀପୁର ରାଧାକାନ୍ତ କ୍ଳବ ଆନୁକୂଲ୍ୟରେ ଚଳିତ ବର୍ଷ ୧୪ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି। ଆଜି କୁଶଭୁଦ୍ରା ନଦୀରୁ ଜଳ ଆଣି କଳସ ଯାତ୍ରା, ଘଟ ସ୍ଥାପନ, ଘଟ ମଣ୍ଡଳାଦି ପୂଜା, ବ୍ରାହ୍ମଣ ବରଣ, ମହାଲକ୍ଷ୍ମୀଙ୍କ ସ୍ନାନ, ଷୋଡଶ ଉପଚାରପୂଜା, ଅଗ୍ନି ସ୍ଥାପନ ଆଦି ଅନୁଷ୍ଠିତ ହୋଇଛି। ଏହି ୫ ଦିବସୀୟ ପୂଜାରେ ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟପୂଜା, ମହାଲକ୍ଷ୍ମୀଙ୍କ ସ୍ନାନ, ଘଟ ମଣ୍ଡଳାଦି ପୂଜା, ଷୋଡଶ ଉପଚାର ପୂଜା, ପଞ୍ଚଦେବତାଙ୍କ ଆହୁତି, ଗୋ’ପୂଜା ଓ ରବିବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି। ସକାଳେ ବାଳଭୋଗ, ମଧ୍ୟାହ୍ନରେ ଶୁଖିଲା ଭୋଗ ଓ ସନ୍ଧ୍ୟାରେ ଅନ୍ନପ୍ରସାଦ ସହ ୨୧ ପ୍ରକାର ବ୍ୟଞ୍ଜନ ପ୍ରସାଦ ଅର୍ପଣ କରାଯାଏ। ଗଜମଣ୍ଡା ଏବଂ ଖିରି ପ୍ରତ୍ୟେକ ଦିନ ଭୋଗଲାଗେ। ଏହା ସହିତ ସନ୍ଧ୍ୟାରେ ଭଜନ ଓ ମେଲୋଡି ଆଜି ପରିବେଷଣ କରାଯିବ ବୋଲି କ୍ଲବ୍‌ର ସଭାପତି ରାଜ କିଶୋର ପ୍ରଧାନ କହିଛନ୍ତି। ସେହିପରି ସରିପୁର ଗଜଲକ୍ଷ୍ମୀ ପ୍ରଗତି ସଂଘ ଆନୁକୂଲ୍ୟରେ ଚଳିତ ବର୍ଷ ୪୬ତମ, କୁକନ୍ତିରା ଗ୍ରାମ ଗଦିବ୍ରହ୍ମ ଯୁବକ ସଂଘ ଆନୁକୂଲ୍ୟରେ ୨୫ତମ, ବାଗଲପୁର ଗ୍ରାମବାସୀଙ୍କ ସହଯୋଗରେ ୧୯ତମ ପୂଜା ଉତ୍ସବ ଆୟୋଜିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe