ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ମା’ ଘର ଫାଉଣ୍ଡେସନ

Advertisment

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲା

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲା

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲା ମା’ ଘର ଫାଉଣ୍ଡେସନ

ଭୁବନେଶ୍ୱର: ବହୁଚର୍ଚ୍ଚିତ କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ମାମାଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ମା’ଘର ଫାଉଣ୍ଡେସନ। ଆଜି ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ଅଧ୍ୟକ୍ଷା ଋତୁପର୍ଣ୍ଣା ମହାନ୍ତି ସୂଚନା ଦେଇଥିଲେ।

ନିକଟରେ ମା’ ଘର ଫାଉଣ୍ଡେସନ୍‌ର ଏକ ୬ଜଣିଆ ଦଳ କୁନ୍ଦୁଲି ପୀଡ଼ିତାଙ୍କୁ ଭେଟି ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲା। ଏହି ପରିପ୍ରେକ୍ଷୀରେ ପୀଡ଼ିତାର ବୟାନ ଅନୁଯାୟୀ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ଟି.ଆଇ ପରେଡ୍‌ କରାନଯିବା, ଅଭିଯୁକ୍ତମାନଙ୍କର ସ୍କେଚ୍‌ ଜାରି କରାନଯିବା, ଆଇନ୍‌ ଅନୁସାରେ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଉଦ୍ଦିଷ୍ଟ ଆର୍ଥିକ ସହାୟତା ଯୋଗାଇ ଦିଆନଯିବା ଓ ଉପରିସ୍ଥ ପୁଲିସ୍‌ ଅଧିକାରୀଙ୍କ ଦ୍ୱାରା ମାନସିକ ନିର୍ଯାତନା ଆଦି ଉପରେ ନିରପେକ୍ଷ ତଦନ୍ତ ହୋଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଗଠନ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି। ଏନେଇ ସଂଗଠନ ପକ୍ଷରୁ ଗାନ୍ଧୀ ପାର୍କରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦିଆଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe