କିମ୍‌ସରେ ଅଗ୍ନିଶମ ବିଭାଗର ମକ୍‌ ଡ୍ରିଲ୍‌

Advertisment
କିମ୍‌ସରେ ଅଗ୍ନିଶମ ବିଭାଗର ମକ୍‌ ଡ୍ରିଲ୍‌

ଚନ୍ଦ୍ରଶେଖରପୁର : ଆଜି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ କିମ୍‌ସ ହସ୍ପିଟାଲ୍ ପରିସରରେ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀମାନେ ହସ୍ପିଟାଲ୍‌ରେ କାର୍ଯ୍ୟ କରୁଥିବା ଡାକ୍ତର, ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ, ନର୍ସମାନଙ୍କୁ ଥିଓରି କ୍ଲାସ୍ ଜରିଆରେ ଅଗ୍ନିକାଣ୍ଡ ସମୟର ଗୁରୁତ୍ବପୂର୍ଣ୍ଣ କର୍ତ୍ତବ୍ୟ ବାବଦରେ ଶିକ୍ଷା ପ୍ରଦାନ କରିଥିଲେ। ପରେ ହସ୍ପିଟାଲ୍ ପରିସରରେ ଥିବା ପୃଥକ ପୃଥକ ଦୁଇ ବିଭାଗର ସୁଉଚ୍ଚ ବିଲ୍‌ଡିଂରେ ଚଢ଼ି ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଆପାତକାଳୀନ ସ୍ଥିତିରେ କିପରି ‌ରୋଗୀମାନଙ୍କୁ ଉଦ୍ଧାର କରାଯାଇ ପାରିବ, ସେହି ସମ୍ବନ୍ଧୀୟ ମକ୍‌ ଡ୍ରିଲ୍ କରିଥିଲେ। ଅଗ୍ନିଶମ ବାହିନୀର ଲଢ଼ୁଆ କ୍ରେନ୍ ସାହାଯ୍ୟରେ ୬ ମହଲା କୋଠା ଉପରୁ ‌ଲୋକଙ୍କୁ ଉଦ୍ଧାର କରିବାର କୌଶଳ ପ୍ରଦର୍ଶନ କରିଥିଲେ। ସେହିଭଳି ପାଣି ପକାଇ ଉଚ୍ଚ ଅଟାଳିକାରେ ଲାଗିଥିବା ନିଆଁକୁ କିଭଳି ଆୟତ୍ତ କରାଯିବ, ସେ କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ କିମ୍‌ସର ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ରୀୟ ଅଗ୍ନିଶମ ବିଭାଗ ଅଧିକାରୀ ଭାବଗ୍ରାହୀ ଘଡ଼ାଇ, ଅଗ୍ନିଶମ ବିଭାଗ ଅଧିକାରୀ ରମେଶଚନ୍ଦ୍ର ମାଝୀ ଓ କିମ୍‌ସ ହସ୍ପିଟାଲ୍ ପରିଚାଳନା କମିଟିର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe