ପୁଣି ମଦ ମାଫିଆ ଅଭି ଗିରଫ, ୪ ଶହ ଲିଟର ମହୁଲି ଜବତ

Advertisment
ପୁଣି ମଦ ମାଫିଆ ଅଭି ଗିରଫ, ୪ ଶହ ଲିଟର ମହୁଲି ଜବତ

ଖଣ୍ଡଗିରି : ଚନ୍ଦକା ଅଞ୍ଚଳର କୁଖ୍ୟାତ ମହୁଲି ମଦ ମାଫିଆ ଅଭି ସାହୁ ପୁଣି ଗିରଫ ହୋଇଛି। ଅବକାରୀ ବିଭାଗ ହାତରେ ଧରାପଡ଼ିଥିବା ଅଭି ପାଖରୁ ୪ଶହ ଲିଟର(ଆନୁମାନିକ ବଜାର ମୂଲ୍ୟ ୨ଲକ୍ଷ ଟଙ୍କା) ମହୁଲି ମଦ ଜବତ କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ବାଙ୍କୀରୁ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ଅଭି କଳା ସାମ୍ରାଜ୍ୟର ଚେର। ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଅଭି ସାହୁ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଏହି ବେପାର କରୁଥିଲା ବୋଲି ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ପାଇବା ପରେ ଖୋର୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ଟିମ୍‌ ଶୁକ୍ରବାର ଭୋର୍ ସମୟରେ ଚନ୍ଦକା ଥାନା ଛତାବର ବିନ୍ଧ୍ୟଗିରିରେ ଚଢ଼ଉ କରିଥିଲା। ସେଠାରୁ କୁଚିଆ ଛବି ଦେହୁରିକୁ ଗିରଫ କରିବା ପରେ ଅଙ୍ଗାରପଡ଼ା ପଞ୍ଚାୟତ ମାଜଣା ଗାଁରେ ଅଭି ସାହୁ ଘରେ ଚଢ଼ଉ କରାଯାଇଥିଲା। ଆଗୁଆ ସୁରାକ୍‌ ନପାଇ ଅଭି ଅବକାରୀ ବିଭାଗ ଜାଲରେ ପଡ଼ି ଯାଇଥିଲା। ତା’ଘରୁ ୪୧୦ ଲିଟର ମଦ ମିଳିଥିଲା। ଇନ୍‌ସ୍ପେକ୍ଟର୍‌ ଦେବାଶିଷ ପଟେଲ, ଏସ୍‌ଆଇ ଏଚ୍‌ସି ସାମନ୍ତ, ଏଏସ୍‌ଆଇ ସୁଜିତ୍‌ ମୁଦୁଲି ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe