ମଦନପୁର ରଜ ମହୋତ୍ସବ ଉଦ୍‌ଯାପିତ

ମଦନପୁର ରଜ ମହୋତ୍ସବ ଉଦ୍‌ଯାପିତ

ମେଣ୍ଢାଶାଳ: ମଦନପୁରରେ ୪ ଦିନ ଧରି ଚାଲିଥିବା ରଜ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ନବଜ୍ୟୋତି କ୍ଲବ ଓ ରଜ ମହୋତ୍ସବ କମିଟି ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉତ୍ସବରେ ଛୋନୁ ଶେଖର ପଟ୍ଟନାୟକ ସଭାପତିତ୍ୱ କରିଥିବା‌ ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅତିଥି ଭାବେ ବିଜେପି ନେତା ବିଶ୍ୱରଞ୍ଜନ ବଡ଼ଜେନା, ଯାଁଳା ସରପଞ୍ଚ ପ୍ରଦେଶ କୁମାର ଜେନା, ଛତାବର ସରପଞ୍ଚ ବିଷ୍ଣୁ ପ୍ରସାଦ ଡେଙ୍ଗ, ପଦ୍ମ ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

୪ ଦିନ ଧରି ନୃତ୍ୟ, ଗୀତ, ପୁଚି, ଝୋଟି ଚିତା, ଦଉଡ଼ି ଡିଆଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ସ୍ଥାନୀୟ ସାମ୍ବାଦିକ ରୋହିତ ବେହେରା, ଶେଷଦେବ ବଡ଼ଜେନା, ଚିତ୍ରସେନ ବାରିକ, ବୁଲା ବାରିକ, ପରମାନନ୍ଦ ସାମନ୍ତସିଂହ, ଉମାକାନ୍ତ ସାମନ୍ତରାୟ, ସନ୍ତୋଷ କୁମାର ବାରିକ ଓ ସଂଗ୍ରାମ ହୋତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe