ମଧୁବାବୁ ଥଲେ ଜାତୀୟ ଗୌରବର ଅଧିକାରୀ

Advertisment
ମଧୁବାବୁ ଥଲେ ଜାତୀୟ ଗୌରବର ଅଧିକାରୀ

ଭୁବନେଶ୍ବର: ନବ ଉତ୍କଳର ନିର୍ମାତା ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରମୁଖ ବ୍ୟକ୍ତିତ୍ବ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆଜି ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମଧୁବାବୁଙ୍କ ଫଟୋଚିତ୍ରରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ମୁଖ୍ୟ ବକ୍ତାଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ ତ୍ରିପାଠୀ ଯୋଗଦେଇ ମଧୁବାବୁଙ୍କର ଜାତୀୟ ପ୍ରୀତି, ଦେଶପ୍ରେମ, ଜୀବନ ଆଦର୍ଶ ଓ ଓଡ଼ିଆ ଜାତିର କଲ୍ୟାଣ ପାଇଁ ତାଙ୍କର ସଂଗ୍ରାମର କାହାଣୀ ଉପରେ ବକ୍ତବ୍ୟ ରଖିଥିଲେ। ସେହିଭଳି ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଲେପୁର ବିଧାୟକ ପ୍ରଶାନ୍ତ, ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ଦେଶପ୍ରେମ, ଓଡ଼ିଆବାସୀଙ୍କ ପ୍ରତି ଥିବା ସ୍ନେହ ଓ ଜାତିପ୍ରେମ ଉପରେ ମତବ୍ୟକ୍ତ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରି ମଧୁବାବୁଙ୍କ ଜୀବନୀ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଭାଗୀୟ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ଅତିଥିମାନେ ଭର୍ଚୁଆଲ ମୋଡ୍‌ରେ ଯୋଗ ଦେଇଥିଲେ। ସହକାରୀ ନ‌ିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe