ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ଅତିରିକ୍ତ ସଚିବ ମଧୁସୂଦନ ମିଶ୍ରଙ୍କର ଗତ ୨୪ ତାରିଖରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସହିଦ ନଗର ନିବାସୀ ଶ୍ରୀ ମିଶ୍ର ଏକ ସକ୍ରିୟ ଜୀବନ ବଞ୍ଚି ଆସୁଥିଲେ ଏବ˚ ଯୁବପିଢ଼ି ଓ ବୟସ୍କଙ୍କ ନିମନ୍ତେ ପ୍ରେରଣାର ଉତ୍ସ ଥିଲେ। ନିଜ ଜନ୍ମମାଟି ସାକ୍ଷୀଗୋପାଳ ସହିତ ଅନ୍ତରଙ୍ଗ ଭାବେ ଜଡ଼ିତ ଥିଲେ ଶ୍ରୀ ମିଶ୍ର। ଗରିବ କର୍ମହୀନ ଲୋକଙ୍କୁ ନିଯୁକ୍ତି ଦେବାରେ ମଧୢ ସେ ଅନେକ ସହାୟତା କରୁଥିଲେ। ସାକ୍ଷୀଗୋପାଳରେ ସରକାରୀ ଟ୍ରେଜେରି ସ୍ଥାପନା କରିବାରେ ଶ୍ରୀ ମିଶ୍ରଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କର ସାନ ଭଉଣୀ ପ୍ରଫେସର ଜ୍ୟୋତ୍ସ୍ନା ମିଶ୍ର ଆମେରିକାର ଆଲବାମା ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଏବ˚ ଭିଣୋଇ ଡ. ଦିଗମ୍ବର ମିଶ୍ର ସେହି ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର।
ପ୍ରାକ୍ତନ ପ୍ରଶାସକଙ୍କ ପରଲୋକ
Advertisment
Follow Us