ରାମହରି ଦାସଙ୍କୁ ମାଗୁଣି ଦାସ ସ୍ମୃତି ସମ୍ମାନ

ରାମହରି ଦାସଙ୍କୁ ମାଗୁଣି ଦାସ ସ୍ମୃତି ସମ୍ମାନ

ଭୁବନେଶ୍ୱର : ଗୋଟିପୁଅ ନୃତ୍ୟ ଗୁରୁ ମାଗୁଣି ଦାସଙ୍କ ସ୍ମୃତିରେ ଗୋଟିପୁଅ ନୃତ୍ୟ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଓଡ଼ିଶୀ ସଂଗୀତ ଗୁରୁ ରାମହରି ଦାସଙ୍କୁ ମାଗୁଣି ଦାସ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ପ୍ରସ୍ତରଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ବିଧାୟକ ଅରୁଣ ସାହୁ, ଆୟକର କମିସନର୍‌ ଶରତ କୁମାର ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ ପ୍ରମୁଖ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ।

ପରେ ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ସରସ୍ୱତୀ ବନ୍ଦନା ସାଙ୍ଗକୁ ‘ଦେଖ କୁଞ୍ଜେ କେଡ଼େ ଶୋଭା...ଗୀତରେ ନୃତ୍ୟାଭିନୟ ଦେଖିବାକୁ ମିଳିଥିଲା। ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ବୃନ୍ଦ ମର୍ଦଳ ବାଦନ ଏବଂ ନୀଳକଣ୍ଠେଶ୍ୱର ଗୋଟିପୁଅ ଗୁରୁକୁଳ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe