ଚକ୍ଷୁଦାନ ପରେ ଦର୍ଶନ ଦେଲେ ମା’

Advertisment
ଚକ୍ଷୁଦାନ ପରେ ଦର୍ଶନ ଦେଲେ ମା’

ଭୁବନେଶ୍ବର: ଉତ୍ସବ ଓ ଉତ୍ସାହର ପରସ ନେଇ ଧରାକୁ ଓହ୍ଲାଇଛନ୍ତି ମା’। ଆଖି ପାଉ ନଥିବା ତୋରଣ ଓ ମଣ୍ଡପରେ ମା’ଙ୍କ ଆବାହନ ପରେ ଘରେ ଆଉ ମନ ଲାଗୁନି। ସବୁ ପାଦର ଗତି ପୂଜା ମଣ୍ଡପକୁ ଛୁଟିଛି। ପାଗ ଭଲ ଦେଇଥିବାରୁ ମହାସପ୍ତମୀକୁ ମନଭରି ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ। ବିଧି ମୁତାବକ କଳସ ଅଧିବାସ ପରେ ନବପତ୍ରିକା ପ୍ରବେଶ କରାଯାଇଥିଲା। ଚଳଲଗ୍ନ ଅନୁଯାୟୀ ମା’ଙ୍କୁ ଚକ୍ଷୁଦାନ ପରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା। ପରେ ମଣ୍ତପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା, ଆଳତି, ପୁଷ୍ପାଞ୍ଜଳି, ହଜାରେ ଆଠ ଆହୁତି କରାଯାଇଥିଲା। ତେବେ ସନ୍ଧ୍ୟାରେ ଜମିଥିଲା ଅସଲ ଭିଡ଼। ଏକାବେଳେ ପ୍ରଭୁ ଦର୍ଶନ ଓ ମେଳା ବୁଲାକୁ ଉପଭୋଗ କରିବା ପାଇଁ ସପରିବାର ଭିଡ଼ ଜମେଇଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସହରର ରାସ୍ତାଘାଟ ଏକରକମ ଜାମ୍‌ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ସା˚ସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୂଜା ମଣ୍ତପ ପଡ଼ିଆରେ ଜମିଥିବା ମୀନାବଜାର ବୁଲିଥିଲେ ଶ୍ରଦ୍ଧାଳୁ। ତୋରଣକୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚା ଚାଲିଥିବା ବେଳେ ଆଜି ମା’ଙ୍କ ରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା। ପୁରୁଣା ଷ୍ଟେସନ୍‌ ବଜାର ପୂଜା ମଣ୍ତପ ଏବ˚ ସହିଦନଗର ପୂଜା ମଣ୍ତପରେ ଚାନ୍ଦି ମେଢ଼ର ଦେଖିବା ପାଇଁ ଜନ ସମାଗମ ହୋଇଥିବା ବେଳେ ରସୁଲଗଡ଼, ଝାରପଡ଼ା, ନୟାପଲ୍ଲୀ, ବରମୁଣ୍ତା, ଷ୍ଟେସନ୍‌ବଜାର, ସହିଦନଗର, ବମିଖାଲ ଓ ୧ନଂ ସମେତ ସହରର ଅନ୍ୟ ପୂଜା ମଣ୍ତପରେ ଆଖି ଝଲସା ତୋରଣ ଦେଖିବା ପାଇଁ ସହର ସମେତ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଛି। ଆସନ୍ତାକାଲି ସକାଳ ୭ଟାରୁ ପୂଜା ପାଠ ଆରମ୍ଭ ହେବ। ଚଣ୍ତୀପାଠ, ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ଚଣ୍ତୀଚାମୁଣ୍ତା ପୂଜା, ସନ୍ଧି ପୂଜା, ବଳିଦାନ (କୁଷ୍ମାଣ୍ତ ବଳି) ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେବ ବୋଲି ନୟାପଲ୍ଲୀ ପୂଜା ମଣ୍ତପର ପୂଜକ ଉମାକାନ୍ତ ନନ୍ଦ କହିଛନ୍ତି।

ଓଭରବ୍ରିଜ୍‌ରୁ ଭିଡ଼ ଦର୍ଶନ
ରସୁଲଗଡ଼ ଛକର ମୁଖ୍ୟ ରାସ୍ତାକଡ଼ରେ ଅନୁଷ୍ଠିତ ଦୁର୍ଗାପୂଜାର ଜାକଜମକ ପରିବେଶ ଓ ଭିଡ଼ ଓଭରବ୍ରିଜ୍‌ ଉପରୁ ରୋମାଞ୍ଚ ସୃଷ୍ଟି କରୁଛି। ସ˚ଜ ନଇଁଲେ ସୁଦୃଶ୍ୟ ତୋରଣ ସାଙ୍ଗକୁ ଆଲୋକମାଳା ମଧୢରେ ମୀନାବଜାରର ବିସ୍ତୃତ ପରିସର ବେଶ୍‌ ଆକର୍ଷଣ ସାଜୁଛି। ଯଦିଓ ମା’ଙ୍କୁ ଦର୍ଶନ କରିବା ସମ୍ଭବ ହେଉନି, ମାତ୍ର ଭିଡ଼ ପରିବେଶକୁ ଉପଭୋଗ କରିବା ପାଇଁ ଓଭରବ୍ରିଜ୍‌ ବାଟ ଦେଇ କଟକ ଅଭିମୁଖେ ଯାଉଥିବା ପ୍ରତିଟି ଗାଡ଼ି ଅଟକି ଯାଉଛି।

ମୂର୍ତ୍ତି ବିସର୍ଜନ ପାଇଁ ୪ ପୋଖରୀ

ମଣ୍ଡପ ନିକଟରେ ସ୍ବଚ୍ଛତା ପ୍ରଚାର କରିବ ବିଏମ୍‌ସି

ଭୁବନେଶ୍ବର ଦଶହରା ପରେ ମୂର୍ତ୍ତି ବିସର୍ଜନ‌ରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ଶାନ୍ତି ଶୃଙ୍ଖଳାର ସହ ଯେପରି ମୂର୍ତ୍ତି ବିସଜର୍ନ ହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀରେ ୪ଟି କୃତ୍ରିମ ପୁଷ୍କରିଣୀ ଖୋଳାଯାଇଛି। କୁଆଖାଇ ନଦୀ‌େର ପାଣ୍ଡରା ନିକଟ‌େର ଦୁଇଟି, ଦୟା ନଦୀରେ ଟଙ୍କପାଣି ରୋଡ୍‌ ବ୍ରିଜ୍ ନିକଟ‌େର ଗୋଟିଏ ଏବଂ ଲିଙ୍ଗିପୁରରେ ଗୋଟିଏ କୃତ୍ରିମ ପୋଖରୀ ଖୋଳାଯାଇଛି। ଏହି ପୁଷ୍କରିଣୀ ନିକଟକୁ ଯେପରି ମେଢ଼ଗୁଡ଼ିକ ସୁବିଧା‌େର ଆସିପାରିବ ସେଥିପାଇଁ ବିଏମ୍‌ସି ପକ୍ଷରୁ ରାସ୍ତା ନିର୍ମାଣ କରାଯିବା ସହ ସାଇନେଜ୍ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ରାଜଧାନୀରେ ୧୭୬ଟି ଜାଗାରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ ସମସ୍ତ ମୂର୍ତ୍ତି ଯେପରି କୃତ୍ରିମ ପୁଷ୍କରିଣୀରେ ବିସର୍ଜନ ହେବ ସେନେଇ ପ୍ରଶାସନ ପକ୍ଷରୁ ପଦ‌େକ୍ଷପ ନିଆଯାଇଛି।

ସେହିପରି ପୂଜା ମଣ୍ଡପ ନିକଟରେ ରାସ୍ତାରେ ଥିବା ଖାଲଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ଇଞ୍ଜିନିୟରିଂ ଟିମ୍‌କୁ କୁହାଯାଇଛି। ଲୋକମାନେ ଯେପରି ସ୍ବଚ୍ଛତା ନେଇ ସଚେତନ ହେବ, ପଲିଥିନ୍ ବ୍ୟବହାର କରିବେନି ସେଥିପାଇଁ ବିଭିନ୍ନ ପୂଜା ମଣ୍ଡପ ‌ନିକଟରେ ହୋର୍ଡିଂ ଲଗାଯିବା ସହ ରେଡିଓରେ ବିଜ୍ଞାପନ ବାଜିବ। ଏହାବ୍ୟତୀତ ପୂଜା ମଣ୍ଡପଗୁଡ଼ିକରେ ନିୟମିତ ବ୍ୟବଧାନରେ ସଫେଇ କରାଯିବା ସହ ଅତିରିକ୍ତ ଡଷ୍ଟବିନ୍ ରଖାଯିବ। ଅଗ୍ନିଶମ ଜନିତ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ତୋରଣ ଓ ମେଢ଼ରେ ସ୍ବତନ୍ତ୍ର ‌େସ୍ପ୍ର ମାରିବାକୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe