ପୁରୁଣା ଭୁବନେଶ୍ୱର : ବନ୍ଦ ହୋଇଗଲା ମହାଖଳା ଦୁର୍ଗାପୂଜା

ପୁରୁଣା ଭୁବନେଶ୍ୱର : ବନ୍ଦ ହୋଇଗଲା ମହାଖଳା ଦୁର୍ଗାପୂଜା

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ମହାଖଳାରେ ଅନୁଷ୍ଠିତ ହୋଇ ଆସୁଥିବା ଦୀର୍ଘ ୭୦ ବର୍ଷର ଦୁର୍ଗାପୂଜା ବନ୍ଦ ହୋଇଯାଇଛି। ଏକାମ୍ର କ୍ଷେତ୍ରର ପ୍ରାଚୀନ ପୂଜା ମଣ୍ଡପ ମଧ୍ୟରୁ ଅନ୍ୟତମ ଏହି ମହାଖଳା ଦୁର୍ଗାପୂଜା ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଗଭୀର ଦୁଃଖ ସୃଷ୍ଟି ହୋଇଛି।

ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ପ୍ରକ୍ରିୟା ପାଇଁ ଚଳିତ ବର୍ଷ ଏହି ଅଞ୍ଚଳର ବହୁ ବ୍ୟବସାୟ ପ୍ରତିଷ୍ଠାନକୁ ଭାଙ୍ଗି ଦିଆଯାଇଛି। ମହାମାରୀ କରୋନା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ଓ ପରେ ଭାଙ୍ଗିବା ହେତୁ ବ୍ୟବସାୟୀମାନେ କିଏ କୁଆଡ଼େ ଗଲେ, ଜଣାପଡ଼ିଲା ନାହିଁ। ଏମିତିକି ପୂଜା ପାଇଁ ସେମାନେ କେହି ଏକାଠି ହେଲେ ନାହିଁ। ତେଣୁ ବ୍ୟବସାୟୀ ସଂଘର ସଭାପତି ଟୁଟୁ ପଣ୍ଡାଙ୍କ ସୂଚନାନୁସାରେ ଦୋକାନୀମାନଙ୍କୁ ଉଚ୍ଛେଦ କରିବା ପରେ ପୂଜା ଚାନ୍ଦା ବହୁ ପରିମାଣରେ କମିଗଲା ଓ ମୁଖ୍ୟତଃ ଏହି କାରଣରୁ ପୂଜା ବନ୍ଦ ହୋଇଗଲା। ଠିକଣା ସମୟରେ ଦୋକାନୀମାନଙ୍କୁ ଥଇଥାନ କରାଯାଇଥିଲେ, ଏହି ପ୍ରାଚୀନ ପୂଜା ବନ୍ଦ ହୋଇନଥାଆନ୍ତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe