ମହମ୍ମଦ ଇମ୍ରାନ୍ ଅଲ୍ଲୀ ପାଇଲେ ‘ଶାମ୍ଭବୀ ପୁରସ୍କାର’: ‘୧୦ମ ଶାମ୍ଭବୀ ପୁରସ୍କାର’ ସମାରୋହ

Advertisment
ମହମ୍ମଦ ଇମ୍ରାନ୍ ଅଲ୍ଲୀ ପାଇଲେ ‘ଶାମ୍ଭବୀ ପୁରସ୍କାର’: ‘୧୦ମ ଶାମ୍ଭବୀ ପୁରସ୍କାର’ ସମାରୋହ

ଭୁବନେଶ୍ୱର: ‘ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍’ ପକ୍ଷରୁ ୧୦ମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ଓ ଆଡଭୋକେସି କ୍ଷେତ୍ରରେ ଯୋଗଦାନ ପାଇଁ ମହମ୍ମଦ ଇମ୍ରାନ୍ ଅଲ୍ଲୀଙ୍କୁ ‘ଶାମ୍ଭବୀ ପୁରସ୍କାର-୨୦୨୩’ରେ ସମ୍ମାନିତ କରାଯାଇଛି। ନିଶା ନିବାରଣ କ୍ଷେତ୍ରରେ ମହମ୍ମଦ ଇମ୍ରାନ୍ ଅଲ୍ଲୀ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି। ନିଜ ସ୍ୱେଚ୍ଛାସେବୀ ସଙ୍ଗଠନ ‘ନିଶା ମୁକ୍ତି ଯୁବ ସଂକଳ୍ପ’ ପଥପ୍ରାନ୍ତ ନାଟକ ଭଳି ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ କରି ସମାଜରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ଗୁଟ୍‌ଖା ବିକ୍ରିକୁ ବନ୍ଦ କରିବା ପାଇଁ ଡ. ଅଲ୍ଲୀ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି। ସମାଜପ୍ରତି ତାଙ୍କର ଏହି ପ୍ରତିବଦ୍ଧତା ପାଇଁ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସେହିପରି ସମାଜସେବା କ୍ଷେତ୍ରରେ ବିପିନ ବିହାରୀ ପଣ୍ଡାଙ୍କୁ ‘ଜୁରି କମେଣ୍ଡେସନ୍ ସାର୍ଟିଫିକେସନ୍‌’ରେ ସମ୍ମାନିତ କରାଯାଇଛି। ନିଜ ପ୍ରିୟଜନଙ୍କୁ ହରାଇଥିବା ଓ ସମାଜର ମୁଖ୍ୟସ୍ରୋତଠାରୁ ଦୂରେଇ ରହିଥିବା ଲୋକମାନଙ୍କୁ ସହାୟତା କରିବା ଦିଗରେ ନିଃସ୍ୱାର୍ଥପର କାର୍ଯ୍ୟ ଜାରି ରଖିଥିବାରୁ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ କମିସନର ସଦସ୍ୟ ଆର୍‌ ବାଲାସୁବ୍ରମଣ୍ୟମ୍ ଯୋଗ ଦେଇଥିଲେ। ଏଥିରେ ଫାଉଣ୍ଡେସନ୍‌ର ସିଇଓ ତଥା ଟ୍ରଷ୍ଟି ଶୈଫାଳିକା ପଣ୍ଡା ଉପସ୍ଥିତ ଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କେ. ନାୟକ, ୟୁଏନ୍‌ଡିପି ମୁଖ୍ୟ ଆଭା ମିଶ୍ର, ବରିଷ୍ଠ ସାମ୍ବାଦିକ କେ. ରବି ଓ ଶୈଫାଳିକା ପଣ୍ଡା ଏହି ପୁରସ୍କାରର ବିଚାରକମଣ୍ଡଳୀ ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe