ମହାନଗର ନିଗମସ୍ତରୀୟ ବିଜ୍ଞାନ ମେଳା

Advertisment
ମହାନଗର ନିଗମସ୍ତରୀୟ ବିଜ୍ଞାନ ମେଳା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମସ୍ତରୀୟ ବିଜ୍ଞାନ ମେଳା ଆଜି ୟୁନିଟ୍‌ ୧ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଧାନୀର ୧୯୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇ ବିଜ୍ଞାନ, ଗଣିତ ଓ ପରିବେଶ ସଂକ୍ରାନ୍ତୀୟ ୩୫୧ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ମେଳାର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ କେଦାରନାଥ ଆଚାର୍ଯ୍ୟ ଓ ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥୀ ଯୋଗ ଦେଇଥିଲେ।

ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ମେୟର ଅନନ୍ତ ନାରାୟଣ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏହି ମେଳାରୁ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା ପାଇଁ ଯୋଗ୍ୟତା ହାସଲ କରିଥିବା ୧୨ ଜଣ ଛାତ୍ରଛାତ୍ରୀ ଶିଳ୍ପା ସ୍ୱାଇଁ, ଅନେ୍ଵଷ କୁମାର ଷଡ଼ଙ୍ଗୀ, ଆକାଶ ମହାନ୍ତ, ସ୍ୱସ୍ତିକ ପଣ୍ଡା, ସ୍ୱପ୍ନାମୟୀ ସାହୁ, ଅଂଶୁମାନ ନନ୍ଦ, ଅନୀଷ କୁମାର ବାରିକ, ସୁଚିସ୍ମିତା ଧଳ, ଶ୍ରୋୟଂଶ ବିକାଶ ମିଶ୍ର, ମହେଶ କୁମାର ସାହୁ, ଆଦିତ୍ୟ ବିଶୋଇ ଓ ଆୟୁଷ୍ମାନ ସାହୁ ପ୍ରମୁଖଙ୍କୁ ଅତିଥିଗଣ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଭୁବନେଶ୍ୱର ମଣ୍ଡଳ ଶିକ୍ଷା ଅଧିକାରୀ ସସ୍ମିତା ମାଳୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ୟୁନିଟ ୧ ଉଚ୍ଚବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଉଷାରାଣୀ ପଟ୍ଟନାୟକ ଓ ବାଳିକା ଉଚ୍ଚବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ ଦେବୀ ମଞ୍ଚାସୀନ ଥିଲେ। ସହରାଞ୍ଚଳ ସାଧନ କେନ୍ଦ୍ର ସଂଯୋଜକ ଅଧିକାରୀ ବିଦ୍ୟାଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe