ମତ ମତାନ୍ତର: ମହାଙ୍ଗା ଡବଲ ମର୍ଡର୍‌ରେ ତଦନ୍ତରେ ଥାନାଧିକାରୀଙ୍କ ଅବହେଳା

Advertisment
ମତ ମତାନ୍ତର:  ମହାଙ୍ଗା ଡବଲ ମର୍ଡର୍‌ରେ ତଦନ୍ତରେ ଥାନାଧିକାରୀଙ୍କ ଅବହେଳା

ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସମୟରେ ଥାନା ଅଧିକାରୀ ନିହାର ରଂଜନ ମହାନ୍ତିଙ୍କୁ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି ସାଲେପୁର ଜେଏମ୍‌ଏଫସି କୋର୍ଟ। ଥାନା ଅଧିକାରୀ ଜାଣିଶୁଣି କୋର୍ଟକୁ ଅସମ୍ମାନ ଆଉ ଅବମାନନା କରୁଛନ୍ତି। ଏଥିସହ ସେ ତଦନ୍ତରେ ଅବହେଳା ମଧ୍ୟ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରୁ କିଛି ବଛା ବଛା ପ୍ରତିକ୍ରିୟା..

ଆଇଆଇସିମାନେ ତ ବର୍ତ୍ତମାନ ଏରିଆର ଡନ୍। ସେମାନେ କାହିଁକି ନିୟମ କାନୁନ ମାନିବେ? ବାରମ୍ବାର କହିବା ସତ୍ତ୍ବେ ନିଦ ଭାଙ୍ଗୁନାହିଁ। ଏଥିରୁ ସ୍ପଷ୍ଟ ଯେ ସେମାନେ କେତେ ଶୃଙ୍ଖଳିତ? କିନ୍ତୁ ହେଲମେଟ୍ ମାସ୍କ୍ ଚେକିଂ ପାଇଁ ଏମାନେ ପୂରାପୂରି ତତ୍ପର।
-ମାନସ ରଂଜନ ମହାପାତ୍ର (ଟୁଇଟର୍)

ଏମାନେ ଜାଣିବା ଦରକାର ଭାରତରେ ଗୋଟେ ସମ୍ବିଧାନ ଅଛି। କିନ୍ତୁ ଏମାନେ ତାକୁ ଭୁଲି ନେତାଙ୍କ ପାଦ କେତେ ଦିନ ଚାଟିବେ? ନେତା ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହେଇଥାନ୍ତି। କିନ୍ତୁ ଏମାନେ ତାଙ୍କ ପାଖରେ ମୁଣ୍ଡ ବିକ ସମ୍ବିଧାନ ବିରୋଧରେ କାମ କରୁଛନ୍ତି। ବେଳ ଆସିବ ଯୋଉ ନେତାଙ୍କ କଥାରେ ଉଠୁବସ ହେଉଛନ୍ତି ସେ ନେତା ବି ବଞ୍ଚେଇ ପାରିବେନି। କର୍ମ ଫଳ ଦିନେ ନା ଦିନେ ଭୋଗିବେ ଏଭଳି ସବୁ କର୍ମଚାରୀ।
-ବଳଭଦ୍ର ରାଉତ (ଫେସବୁକ୍)

ସିବିଆଇକୁ ଦେଲେ ଅସଲ ମୁଖା ଖୋଲିବ।
-ଦେବୀପ୍ରସାଦ ପଣ୍ଡା (ଫେସବୁକ୍)

ଆଇନର ରକ୍ଷକ ହୋଇ ଆଇନର ବିଚାର ମନ୍ଦିରକୁ ବା ତାଙ୍କ ପୂଜାରିକୁ ଅବମାନନା କରିବା କେତେ ଦୂର ଠିକ୍ ଏବଂ ଏହା ପରେ ମାନ୍ୟବର ଅଦାଲତ କି ପଦକ୍ଷେପ ନେଉଛି। ତାହା ଖାଲି ଦେଖିବା ବାକି ରହିଲା।
-ହେମନ୍ତ କୁମାର ସାହୁ (ଫେସବୁକ୍)

ଏମାନେ କୋର୍ଟକୁ ବି ଖାତିର କରୁନାହାନ୍ତି। ଆଉ ବିଚରା କୋର୍ଟ ଖାଲି ଅସନ୍ତୋଷ ଜାହିର କରୁଛନ୍ତି। କିଛି ଦୃଢ଼ ପଦକ୍ଷେପ ନେଇପାରୁନାହାନ୍ତି।
-ଅମର ମିଶ୍ର (ଫେସବୁକ୍)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe