ଗୋପିକା ବର୍ମାଙ୍କୁ ‘ମାହାରୀ ସମ୍ମାନ’

Advertisment

ସରିଲା ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ପ୍ରଦାନ ସମାରୋହ

ସରିଲା ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ପ୍ରଦାନ ସମାରୋହ

ଗୋପିକା ବର୍ମାଙ୍କୁ ‘ମାହାରୀ ସମ୍ମାନ’

ଭୁବନେଶ୍ୱର: ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ଜୟନ୍ତୀ ଅବସରରେ ‘ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତି‌ଷ୍ଠାନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ଆଜି ଉଦ୍‌ଯାପିତ ହୋଇଯାଇଛି। ସନ୍ଧ୍ୟାରେ ଅତିଥି ଭାବେ ପୂର୍ବତନ ପ୍ରଶାସକ ଆଶୋକ କୁମାର ତ୍ରିପାଠୀ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ମହାପ୍ରବନ୍ଧକ ଉତ୍ତମ ହାଦରା ଚୌଧୁରୀ ଯୋଗ ଦେଇଥିଲେ। ଏହି ଅବସରରେ ନୃତ୍ୟଶିଳ୍ପୀ ଗୋପିକା ବର୍ମାଙ୍କୁ ‘ମାହାରୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଗୁରୁ ଶରତ ଦାସ ସ୍ବାଗତ ଭାଷଣ ଓ ବଟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ସତ୍ୟାଭାମା ନୃତ୍ୟାଭିନୟରୁ ଆରମ୍ଭ ହୋଇଥିଲା। ଏହାକୁ ପରିବେଷଣ କରିଥଲେ ଶିଳ୍ପୀ ଗୋପିକା ବର୍ମା। ପରବର୍ତ୍ତୀ ପ୍ରସ୍ତୁତିରେ ଶୁଭ୍ରା ମାଇତି ଘୋଷ ଶୁଦ୍ଧ ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ଶିଳ୍ପୀ ପୂଜା କାଲେଙ୍କ ପ୍ରସ୍ତୁତିରେ ଥିଲା ଶଙ୍କରାଭରଣ ପଲ୍ଲବୀ ଓ ଅଭିନୟରେ ଲୀଳାନିଧି ହେ...। ସେହିପରି ଶିଳ୍ପୀ ଡ. ଶୁଭଶ୍ରୀ ପଟ୍ଟନାୟକ ଶ୍ୟାମ ହେ ସତକୁହ... ନୃତ୍ୟାଭିନୟ ପରିବେଷଣ କରିଥିଲେ। ଶେଷ ପ୍ରସ୍ତୁତି‌ରେ ଶିଳ୍ପୀ ସୋନାଲି ମହାନ୍ତିଙ୍କ ପ୍ରସ୍ତୁତି‌ରେ ଥିଲା ରାଗେଶ୍ରୀ ପଲ୍ଲବୀ। କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe