ମହୁଖଣ୍ଡା ମହାବୀର ୟୁଥ୍‌ କ୍ଲବରୁ ୩୮ୟୁନିଟ୍‌ ରକ୍ତ ସଂଗ୍ରହ

Advertisment
ମହୁଖଣ୍ଡା ମହାବୀର ୟୁଥ୍‌ କ୍ଲବରୁ ୩୮ୟୁନିଟ୍‌ ରକ୍ତ ସଂଗ୍ରହ

ବାଲିଅନ୍ତା: ଆମ ଓଡ଼ିଶା ଓ ମହାବୀର ୟୁଥ୍‌ କ୍ଲବ ମିଳିତ ସହଯୋଗରେ ଆଜି ବାଲିଅନ୍ତା ବ୍ଲକ ଅଧୀନ ମହୁଖଣ୍ଡାଗ୍ରାମ ମହାବୀର ୟୁଥ୍‌କ୍ଲବ ପରିସରରେ ଆୟୋଜିତ ଶିବିରରୁ ମୋଟ୍‌ ୩୮ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଏହି ଅବସରରେ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି, ଜୟଦେବ ପଞ୍ଚାୟତର ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣି ଏବଂ ଏଠାକାର ମୁରବୀ କପିଳେନ୍ଦ୍ର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କ୍ଲବର ସଭାପତି ଶ୍ରୀନିବାସ ମୁଦୁଲି, ସଂପାଦକ ଦୀପକ ରଂଜନ ବେହେରାଙ୍କ ସମେତ ଅନ୍ୟ କର୍ମକର୍ତା ତଥା ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିସହ ଗ୍ରାମର ଯୁବତୀ, ମହିଳାଙ୍କ ସହିତ ସଚେତନ ବ୍ୟକ୍ତିବିଶେଷ ଏହି ଶିବିରରେ ସ୍ୱେଚ୍ଛାକୃତ ଭାବେ ଯୋଗ ଦେଇ ରକ୍ତଦାନ କରିଥିଲେ। ଶିବିର ଆରମ୍ଭ ହେବା ପୂର୍ବରୁ ସକାଳେ କ୍ଲବର ସମସ୍ତ ସଦସ୍ୟ ଜଗା ଓ ବଳିଆଙ୍କ ଆରୋଗ୍ୟ କାମନା କରି ସମୂହ ପ୍ରାର୍ଥନା କରିଥିଲେ। ଏହାପରେ ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର, ମନ୍ଦିର ପରିସର ଓ ଗାଁ ରାସ୍ତା ସଫେଇ କରିଥିଲେ। ଅନ୍ୟମମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ନବକିଶୋର ମଲ୍ଲିକ, ଯୁବନେତା ଅର୍ଜୁନ ଜେନାମଣି ଓ ପ୍ରଦୀପ ଜେନାମଣି ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ବିଏମ୍‌ସି ବ୍ଲଡ୍‌ ବ୍ୟାଙ୍କର ଡାକ୍ତର ଜୟଦୀପ ଘୋଷ, ସଂଘମିତ୍ରା ସ୍ୱାଇଁ, ପ୍ରକାଶ ବରାଳ, ଲିପକ୍‌ ପାତ୍ର ଓ ବିଷ୍ଣୁ ଚରଣ ସ୍ୱାଇଁ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe