ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ରକ୍ତଦାନ ଶିବିର

Advertisment
ମହିନ୍ଦ୍ରା ଫାଇନାନ୍ସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ମହିନ୍ଦ୍ରା ଫାଇନାନ୍ସ, ଭୁବନେଶ୍ୱର ଶାଖା ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରସୁଲଗଡ଼ସ୍ଥିତ ମହିନ୍ଦ୍ରା ଟାୱାରଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରୁ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ମହିନ୍ଦ୍ରା ପକ୍ଷରୁ ମ୍ୟାନେଜର ଏଚ୍‌ଆର୍‌ ପ୍ରିୟଙ୍କା ପ୍ରଧାନ, ମ୍ୟାନେଜର ଏଚ୍‌ଆର୍‌ ତୀର୍ଥରାଜ ଦାସଗୁପ୍ତା, ଜେନେରାଲ ମ୍ୟାନେଜର (ଅପରେସନ୍) ଦୀପଙ୍କର ବର୍ମା, ସିନିୟର ମ୍ୟାନେଜର (ଆକାଉଣ୍ଟ୍‌ସ) ଫକୀର ମୋହନ ସାହୁ, ମ୍ୟାନେଜର ଏଚ୍ଆର୍ ଶକ୍ତି ରଂଜନ ସାହୁ ଓ ମ୍ୟାନେଜର ଆଡମିନିଷ୍ଟ୍ରେସନ୍‌ ନେହା ସାହୁ ଏହି ଶିବିରକୁ ପରିଚାଳନା କରିଥିଲେ। ବିଏମ୍‌ସି ହସ୍‌ପିଟାଲ ରକ୍ତଭଣ୍ଡାର ଅଧିକାରୀ ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀ ଏହି ଶିବିରରୁ ରକ୍ତ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe