ମଞ୍ଚରେ ‘ମାହିସ୍ମତୀ’

Advertisment
ମଞ୍ଚରେ ‘ମାହିସ୍ମତୀ’

ଭୁବନେଶ୍ବର: ପଦବିର ଲାଳସା ସମ୍ପର୍କ ଭିତରେ ପାଚେରି ଠିଆ କରିଛି। ବାପ-ପୁଅ, ସ୍ବାମୀ-ସ୍ତ୍ରୀ ମଧ୍ୟରେ ଅବିଶ୍ବାସ ଓ ଭୁଲ ବୁଝାମଣା ସୃଷ୍ଟି ହୋଇଛି। ଏହିଭଳି ଏକ କଥାବସ୍ତୁକୁ ଆଧାର କରି ଚଳଚ୍ଚିତ୍ର ‘ବାହୁବଳୀ’ ନାମରେ ଚଳଚ୍ଚିତ୍ର ହୋଇଥିବା ବେଳେ ସେଇଭଳି କଥାବସ୍ତୁକୁ ମଂଚରେ ନାଟକ ‘ମାହିସ୍ମତୀ’ ଜରିଆରେ ପ୍ରଦର୍ଶନ କରିଛି ‘ବିଦ୍ୟାଜନକ ସୃଜନାନୁଷ୍ଠାନ’। ନାଟକର ପରିକଳ୍ପନା ସହ ନିର୍ଦେଶନା ଦେଇଥିଲେ ଜଗଦୀଶ ପ୍ରସାଦ ମହାରଣା। ପ୍ରଜ୍ଞାଦତ୍ତ ସାହୁ ମଂଚ ସଜେଇଥିବା ବେଳେ ସଂଗୀତ ଦେଇଥିଲେ ଶକ୍ତିପ୍ରସାଦ ମିଶ୍ର। ଏହି ଅବସରରେ ୨୫ଟି ଓଡ଼ିଆ ଚଳଚ୍ଚିତ୍ର ଓ ୩ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ବସନ୍ତ ସାମଲଙ୍କୁ ‘ବିଦ୍ୟାଜନକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଦ୍‌ଘାଟନୀ ପର୍ବରେ ଅନୁଷ୍ଠାନର ସଭାପତି ସୁଧାକର ପତ୍ରୀ, ସମ୍ପାଦକ ଶୁଭକାନ୍ତ ପାଢ଼ୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe