Advertisment

Main accused Shiva : ଏମ୍‌ସ କର୍ମଚାରୀଙ୍କୁ ଗୁଳିକରି ହତ୍ୟା ଘଟଣା ମାସକ ପରେ ମୁଖ୍ୟ ଅଭିଯୁକ୍ତ ଶିବା ଗିରଫ

Advertisment

ସରକନ୍ତରା ଅଞ୍ଚଳରେ ଜମି ପାଇଁ ଦାଦାପୁଅ ଭାଇ ସୁଧାଂଶୁ ଖୁଣ୍ଟିଆକୁ ଗୁଳିକରି ହତ୍ୟା ଘଟଣାର ୪ସପ୍ତାହ ପରେ କମିସନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ସରକନ୍ତରା ହାଟସାହିର ସଦାଶିବ....

ସରକନ୍ତରା ଅଞ୍ଚଳରେ ଜମି ପାଇଁ ଦାଦାପୁଅ ଭାଇ ସୁଧାଂଶୁ ଖୁଣ୍ଟିଆକୁ ଗୁଳିକରି ହତ୍ୟା ଘଟଣାର ୪ସପ୍ତାହ ପରେ କମିସନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ସରକନ୍ତରା ହାଟସାହିର ସଦାଶିବ....

Untitled-1

ଭୁବନେଶ୍ବର: ସରକନ୍ତରା ଅଞ୍ଚଳରେ ଜମି ପାଇଁ ଦାଦାପୁଅ ଭାଇ ସୁଧାଂଶୁ ଖୁଣ୍ଟିଆକୁ ଗୁଳିକରି ହତ୍ୟା ଘଟଣାର ୪ସପ୍ତାହ ପରେ କମିସନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ସରକନ୍ତରା ହାଟସାହିର ସଦାଶିବ ପ୍ରଧାନ ଓରଫ ଶିବା(୨୧)କୁ ଗିରଫ କରିଛି। 

କମିସନରେଟ୍‌ ପୁଲିସ ଜୋନ୍‌-୩ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସିପି ତାପସ ପ୍ରଧାନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜମିବାଡ଼ି ବିବାଦକୁ ନେଇ ସୁଧାଂଶୁଙ୍କ ପରିବାର ସହ ଶିବାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ସୁଧାଂଶୁ ନାଁରେ ଥିବା ଜମିକୁ ହାତାଇବା ପାଇଁ ତାକୁ ରାସ୍ତାରୁ ହଟାଇବା ପାଇଁ ୪ମାସ ଧରି ଶିବା, ତା’ର ବାପା ସୁକାନ୍ତ, ଭାଇ ଛବି ଯୋଜନା କରିଥିଲେ। ଉଭୟ ଶିବା ଓ ସୁଧାଂଶୁ ସମାନ ଜିମ୍‌କୁ  ଯାଉଥିବାରୁ ସେଠାରେ ଅଧିକାଂଶ ସମୟରେ ମୁହାଁମୁହିଁ ହେଉଥିଲେ। ସୁଧାଂଶୁକୁ ରାସ୍ତାରୁ ହଟାଇବା ପାଇଁ  ଶିବା  ୪ ମାସ ଧରି ଘର ପଛପଟେ ଫାୟାରିଂ ଅଭ୍ୟାସ କରୁଥିଲା। ଆଉ ଅଭ୍ୟାସ୍‌ ଠିକ୍‌ ହେଉଛି କି ନାହିଁ ଏଥିପାଇଁ ପ୍ରତିଦିନ ଅଭ୍ୟାସ ବେଳର ଭିଡିଓ ରେକଡିଂ କରି ଯାଞ୍ଚ କରୁଥିଲା। ପୁଲିସ ସମ୍ମୁଖରେ ଏଭଳି ସତ ଓଗାଳିଛି ଶିବା। ଅଭ୍ୟସ ସମୟର ‌ଭିଡିଓ ମଧ୍ୟ ପୁଲିସ ହାତରେ ଲାଗିଛି। ହତ୍ୟା କରିବା ପରେ ସେଠାରୁ ସ୍କୁଟି ଧରି ସିଧା କେନ୍ଦ୍ରାପଡ଼ା ପଳାଇଥିଲା। ଯେଭଳି ପୁଲିସ ତାର ଟେର୍‌ ପାଇବ ନାହିଁ ସେଥିପାଇଁ ମୋବାଇଲ୍‌ ନମ୍ବର ବଦଳାଇବା ସହ ପ୍ରତିଦିନ ସ୍ଥାନ ବଦଳାଉଥିଲା। କେତେବେଳେ କେନ୍ଦ୍ରାପଡ଼ାରେ ତ କେତେବେଳେ ଜଗତସିଂହପୁର। ପୁଣି କେତେବେଳେ କଟକ, ନିଆଳିରେ କାହା କ୍ୟାବିନ୍‌ ଭିତରେ ତ କାହା ବୋରିଂ ଘରେ ଲୁଚୁଥିଲା। ଏମିତିକି ସ୍କୁଟି ନମ୍ବର ବଦଳାଇ ହେଲ୍‌ମେଟ୍‌ ପିନ୍ଧି ବୁଲୁଥିଲା। ହେଲେ ପୁଲିସ ତାର ପ୍ରତିଟି ପଦକ୍ଷେପ ଉପରେ ନଜର ରଖିଥିଲା। ଗତକାଲି ରାତିରେ ସ୍କୁଟି ଧରି ହଂସପାଳ ଅଞ୍ଚଳରେ ଥିବା ଜାଣିବା ପରେ ପୁଲିସର ଏକ ଟିମ୍‌ ସେଠାରେ ଅତର୍କିତ ଭାବେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ଜେରା ବେଳେ ସେ ହତ୍ୟାକାଣ୍ଡ ପରଠାରୁ କେମିତି ଲୁଚୁଥିଲା ସବୁ ମାନିଥିଲା। ଜେରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେହିପରି ପୁଲିସ ହାତରେ ଲାଗିଥିବା ଫାୟାରିଂ ଅଭ୍ୟାସ ବେଳର ଭିଡିଓକୁ କୋର୍ଟରେ ଦାଖଲ କରାଯାଇଛି।

ପ୍ରକାଶ ଥାଉ କି, ଗତ ଅକ୍ଟୋବର ୧୩ ତାରିଖରେ ସୁଧାଂଶୁ ଓ ରାକେଶ ଏକା ସଙ୍ଗେ ଏମ୍‌ସ ବାହାରିଥିଲେ। ସେମାନେ ଘରଠାରୁ କିଛିବାଟ ଯିବା ପରେ ରାକେଶ ଶିବାକୁ ଖବର ଦେଇଥିଲା। ଶିବା ପିଛା କରି ସୁଧାଂଶୁ ଗୁଳି ମାରି ହତ୍ୟା କରିବା ପରେ ସ୍କୁଟି ଧରି ଚମ୍ପଟ ମାରିଥିଲା। ଏହି ଘଟଣାରେ ପୁଲିସ ପୂର୍ବରୁ ସୁକାନ୍ତ ପ୍ରଧାନ, ପୁଅ ଛବି, ରାକେଶ ଖୁଣ୍ଟିଆ ଓ ରଘୁନାଥନଗରର ସୁବ୍ରତ ସାହୁ ଓରଫ କାହ୍ନାକୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe