ଜମି ବ୍ୟବସାୟୀଙ୍କୁ ଅପହରଣ କରି ଆକ୍ରମଣ ମାମଲା: ଜେଲ୍ ଗଲା ମୁଖ୍ୟ ଅଭିଯୁକ୍ତ ଚକା

‘ବାଟା’ ପାଇଁ ହଟହଟା ପ୍ରସଙ୍ଗ: ଖର୍ଚ୍ଚ ବୃଦ୍ଧିରେ ଅସହାୟ ପୁଲିସ ବିଭାଗ!

International Adviser

ଭୁବନେଶ୍ବର : ଜଣେ ଜମି ବ୍ୟବସାୟୀଙ୍କୁ ଭୁବନେଶ୍ବରରୁ ଅପହରଣ କରି ଗଞ୍ଜାମ ଚମାଖଣ୍ଡି ଅଞ୍ଚଳରେ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚମାଖଣ୍ଡି ଥାନା ମାଟିଖଳା ଅଞ୍ଚଳର ଚକାନୟନ ପରିଡ଼ା ଓରଫ୍ ଚକାକୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ଜାମିନ ନାମଞ୍ଜୁର ହେବାରୁ ତା’କୁ ଜେଲ୍ ପଠାଇ ଦିଆଯାଇଛି।

ପୁଲିସ ସୂଚନା ଅନୁସାରେ, ଜମି ବ୍ୟବସାୟକୁ କେନ୍ଦ୍ରକରି ଗତ ୧ ତାରିଖରେ ଚକା ଏବଂ ତାର ଦୁଇ ସହଯୋଗୀ ଲଣ୍ଡା ସ୍ବାଇଁ ଓ ରାଜେଶ ବେହେରା ସିଆର୍‌ପି ଛକ ନିକଟରୁ ଜମି ବ୍ୟବସାୟୀ ରାହୁଲ ସ୍ବାଇଁଙ୍କୁ ଅପହରଣ କରି ନେଇଥିଲେ। ସେମାନେ ତାଙ୍କୁ ଚମାଖଣ୍ଡି ଅଞ୍ଚଳରେ ଏକ ଘରେ ବନ୍ଦୀ ରଖି ତାଙ୍କ ଗୋଡ଼କୁ ଖଣ୍ଡାରେ ହାଣି ଦେଇଥିଲେ। ଏହା ପରେ ଏମ୍‌କେସିଜି ମେଡିକାଲରେ ରାହୁଲଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ରାହୁଲ ଛାତରୁ ଖସି ପଡ଼ିଥିବା କହି ସେମାନେ ମେଡିକାଲରେ ଆଡମିସନ କରାଇଥିଲେ ହେଁ ପରେ ଅପହରଣ ସମ୍ପର୍କରେ ଜଣାପଡ଼ିଥିଲା। ବ୍ରହ୍ମପୁର ପୁଲିସ ଏ ସମ୍ପର୍କରେ ନୟାପଲ୍ଲୀ ଥାନାକୁ ସୂଚନା ଦେଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରି ଚମାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe