ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ମାଡ଼ପିଟ ଘଟଣା: ଭିଡିଓ ଭାଇରାଲ

Advertisment

ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ଭିତରେ ନିର୍ଯାତନା ଦିଆଯିବା ମାମଲାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ତେବେ ଏହା ଥାନା ଭିତରର ଘଟଣା ନୁହେଁ, ଦୁହେଁ ଥାନାକୁ ଆସିବା ପୂର୍ବରୁ ରୋଡ୍‌ ରୋମିଓଙ୍କ ଆକ୍ରମଣର ଶିକାର ହେବାର ଦୃଶ୍ୟ ଏହି ଭିଡିଓରେ ରହିଛି।

ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ଭିତରେ ନିର୍ଯାତନା ଦିଆଯିବା ମାମଲାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ତେବେ ଏହା ଥାନା ଭିତରର ଘଟଣା ନୁହେଁ, ଦୁହେଁ ଥାନାକୁ ଆସିବା ପୂର୍ବରୁ ରୋଡ୍‌ ରୋମିଓଙ୍କ ଆକ୍ରମଣର ଶିକାର ହେବାର ଦୃଶ୍ୟ ଏହି ଭିଡିଓରେ ରହିଛି।

dgjgdjgdjyy

ଭୁବନେଶ୍ବର: ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ଭିତରେ ନିର୍ଯାତନା ଦିଆଯିବା ମାମଲାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ତେବେ ଏହା ଥାନା ଭିତରର ଘଟଣା ନୁହେଁ, ଦୁହେଁ ଥାନାକୁ ଆସିବା ପୂର୍ବରୁ ରୋଡ୍‌ ରୋମିଓଙ୍କ ଆକ୍ରମଣର ଶିକାର ହେବାର ଦୃଶ୍ୟ ଏହି ଭିଡିଓରେ ରହିଛି। ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିବା ଏହି ଭାଇରାଲ୍‌ ଭିଡିଓରେ ଏକାଧିକ ଯୁବକ ଚନ୍ଦକା ଥାନା ଅନ୍ତର୍ଗତ ପଥରଗାଡିଆ ନିକଟରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଗାଡ଼ିକୁ ଅଟକାଇ ସେମାନଙ୍କ ସହ ଯାହା କରିଥିଲେ, ସେ ଦୃଶ୍ୟ ରହିଛି।

ଭିଡିଓରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଛି ଯୁବକ ଘେରି ଯାଇଛନ୍ତି, ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଛି। କିଛି ସମୟ ପରେ ଯୁବକମାନେ ସେମାନଙ୍କୁ ଠେଲାପେଲା କରିବା ସହିତ ଧକ୍କା ଓ ଗୋଇଠା ମାରି ଆକ୍ରମଣ କରିଛନ୍ତି। ଯୁକ୍ତିତର୍କ ଓ ଠେଲାପେଲା ବେଶ୍ କିଛି ସମୟଧରି ଚାଲିଛି। ଯୁବକମାନଙ୍କର ହାବଭାବରୁ ଜଣାପଡୁଛି ଯେମିତି ସେମାନେ ଏସବୁରେ ଖୁବ୍‌ ଅଭ୍ୟସ୍ତ। ରାଜଧାନୀ ଉପକଣ୍ଠରେ ଯୁବକମାନେ ନିର୍ଭୟରେ ସଂଘବଦ୍ଧ ହୋଇ ଘୂରି ବୁଲିବା ଏବଂ ଲୋକଙ୍କୁ ଆକ୍ରମଣ କରିବା ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଅନ୍ୟପକ୍ଷରେ ପୁଲିସ ୭ଜଣ ରୋଡ୍‌ ରୋମିଓଙ୍କୁ ଅଟକ ରଖିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe