ଟାଓ୍ୱାର ବସାଇବା ନାଁରେ ବଡ଼ଧରଣର ଠକେଇ: ୧୫ ଲକ୍ଷ ପାଇବା ଆଶାରେ ହରାଇଲେ ୩୦ ଲକ୍ଷ

Advertisment
ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

୨୨ଟି ବ୍ୟାଙ୍କ ଆକାଉଣ୍ଟକୁ ୧୨୦ରୁ ଅଧିକ ଥରରେ ଯାଇଛି ଟଙ୍କା
ସାଇବର ଥାନାରେ ମାମଲା ରୁଜୁ, ଦୁଇ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ବର : ମାତିଛନ୍ତି ସାଇବର ଠକ। କାହାକୁ, କେଉଁ ଉପାୟରେ ଓ କେମିତି ଠକିବେ ତାହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ସାଇବର ଅପରାଧୀଙ୍କ ପାଲରେ ପଡ଼ି ଅଧିକାଂଶ ଲୋକ ଠକାମିର ଶିକାର ହେଉଛନ୍ତି। ଦେବଗଡ଼ ଜିଲ୍ଲା ବାରକୋଟ ଅଞ୍ଚଳର ଏକ ଠକେଇ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଛନ୍ତି ସଞ୍ଜୟ କୁମାର ଦଳବେହେରା। ଟାଵାର ବସାଇବା ନାଁରେ ୧୫ ଲକ୍ଷ ଟଙ୍କାର ଲୋଭ ଦେଖାଇ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମାମଲା ରୁଜୁ ହେବା ପରେ ତନଘନା ଆରମ୍ଭ କରିଛି ପୁଲିସ। ସବୁଠୁ ବଡ଼ କଥା ହେଲା; ଏଥର କିନ୍ତୁ ଦୁଇ ଜଣ ଠକଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଛି ପୁଲିସ। ଚିହ୍ନଟ ହୋଇଥିବା ଦୁଇ ଠକ ହେଲେ ଆସାମ ଡରାଙ୍ଗ ସହରର ଧଉଲା ଥାନା ଓଜଗାଁ ଅଞ୍ଚଳର ଅନଵର ହୁସେନ୍ ଓ ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣା ଅଶ୍ବିନୀନଗର ଅଞ୍ଚଳର ଆକାଶ ବିଶ୍ବାସ। ସେମାନଙ୍କର ଏକାଧିକ ମୋବାଇଲ ନମ୍ବରକୁ ମଧ୍ୟ ଟ୍ରାକ୍ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୧୯ ନଭେମ୍ବର ୧୧ ତାରିଖରେ ସଞ୍ଜୟଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ କୋଲକାତାର ଆନନ୍ଦ ବୋଲି ପରିଚୟ ଦେଇଥିଲା। ଯଦି ୨୦ ଫୁଟ୍‌ରେ ୨୦ ଫୁଟ୍‌ ଜାଗା ଅଛି ତାହେଲେ ସେଠାରେ ଜିଓ କମ୍ପାନି ଟାଵାର ବସାଇବ ବୋଲି ସଞ୍ଜୟଙ୍କୁ କହିଥିଲା ଠକ। ଏଥିପାଇଁ ତାଙ୍କୁ ୧୫ ଲକ୍ଷ ଟଙ୍କା ମିଳିବା ସହ ପରିବାରରୁ ଦୁଇ ଜଣଙ୍କୁ ଚାକିରି ଦିଆଯିବ ବୋଲି ଲୋଭ ଦେଖାଇଥିଲା। ଏହା ପରଦିନ ଅର୍ଥାତ୍ ୭ ତାରିଖରେ ହ୍ବାଟ୍‌ସଆପ୍ ଜରିଆରେ ଜମିର କାଗଜପତ୍ର, ଆଧାର କାର୍ଡ, ଭୋଟର ପରିଚୟପତ୍ର ମାଗି ନେଇଥିଲା ଠକ। କମର୍ସିଆଲ ଲାଇସେନ୍ସ ଫି ବାବଦରେ ଠକ ୧୦ ହଜାର ୫ ଶହ ଟଙ୍କା ବି ନେଇଥିଲା। ଏହା ପରେ ପ୍ରାୟ ବର୍ଷେ ଧରି ତିନିଟି ବ୍ୟାଙ୍କର ୨୨ଟି ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ସଞ୍ଜୟ। ପ୍ରାୟ ୧୨୨ ଥରରେ ୩୦ ଲକ୍ଷ ୪୭ ହଜାର ୧୮୫ ଟଙ୍କା ପଠାଇଛନ୍ତି। ଏପରିକି ଠକ ଏକାଧିକ ଥର ୫ ଶହ ଟଙ୍କା ମଧ୍ୟ ପଠାଇଛି ଓ ସର୍ବାଧିକ ୧ ଲକ୍ଷ ଟଙ୍କା ମଧ୍ୟ ନେଇଛି। ଠକାମିର ଶିକାର ହେଲା ପରେ ସଞ୍ଜୟ କ୍ରାଇମବ୍ରାଞ୍ଚ ସାଇବର ଥାନାରା ଦ୍ବାରସ୍ଥ ହୋଇଥିଲେ। ପୁଲିସ ଘଟଣାର ପ୍ରାଥମିକ ଅନୁସନ୍ଧାନ କରିବା ପରେ ଗତ ୩ ତାରିଖରେ ମାମଲା ରୁଜୁ କରିଛି। ଆଇପିସି ଦଫା-୪୨୦,୪୬୮,୪୭୧,୩୪ ଏବଂ ଆଇଟି ଆଇନର ଧାରା-୬୬(ସି),୬୬(ଡି)ରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe