ଭୁବନେଶ୍ୱର : ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ପିଠାପଣାରେ ମହକୁ ଥିଲା ସାଲିଆସାହିସ୍ଥିତ ଇଡ୍କୋ ସାହି। ଆଦିବାସୀମାନଙ୍କର ଏହା ଏକ ବଡ଼ ପର୍ବ ହୋଇଥିବାରୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ପରିବେଶ। ନୂଆ ପୋଷାକ ପିନ୍ଧି ବାଜା ବଜାଇ ପାଦରେ ପାଦ ଛନ୍ଦି ନାଚରେ ମସ୍ଗୁଲ୍ ଥିଲେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ। ପରସ୍ପରକୁ ମକର ଚାଉଳ ଖୁଆଇ, ଲସି, ପଣା ପିଇ ଆଦିବାସୀ ସଂପ୍ରଦାୟ ପାଳିଥିଲେ ମକର ଉତ୍ସବ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ୩ ଦିନ ଧରି ଚାଲିବ।
ସାଲିଆସାହିରେ ମକର ମଉଜ
Advertisment
Follow Us