ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଶ୍ଚିତ କରନ୍ତୁ

ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଶ୍ଚିତ କରନ୍ତୁ

ଭୁବନେଶ୍ବର: ‘ମହାମାରୀ କୋଭିଡ୍ ସମୟରେ ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷାର ସ୍ଥିତି’ ଶୀର୍ଷକକୁ ନେଇ ଓଡ଼ିଶା ରାଇଟ୍‍ ଟୁ ଏଜୁକେସନ ଫୋରମ୍, ଚିଲଡ୍ରେନ ଓଡ଼ିଶା ଏବଂ ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ମିଳିତ ଭାବେ ହୋଟେଲ ପ୍ରେସିଡେନ୍ସିଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ରାଜ୍ୟର ୧୫ଟି ଜିଲ୍ଲାରେ ପିଲାଙ୍କ ପାଠପଢ଼ାକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ଏହି ଅବସରରେ ଉଦ୍‍ବୋଧନ ଦେଇ ଓଡ଼ିଶା ରାଇଟ ଟୁ ଏଜୁକେସନ ଫୋରମ୍‍ର ଆବାହକ ଅନିଲ ପ୍ରଧାନ କହିଥିଲେ, ରାଜ୍ୟରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁରକ୍ଷା ନିମନ୍ତେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାଗୁଡ଼ିକରେ ହୋଇଥିବା ସର୍ବେକ୍ଷଣ ଆଧାରରେ ରାଜ୍ୟରେ ପୁଣିଥରେ ବିଦ୍ୟାଳୟ ଖୋଲିବାକୁ ସରକାର ସୁନିଶ୍ଚିତ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଶିକ୍ଷାବିତ୍‍ ତଥା ପ୍ରମୁଖ ଗବେଷକ ସ୍ମୃତି ରଞ୍ଜନ ଜେନା ତାଙ୍କ ବକ୍ତବ୍ୟରେ କୋଭିଡ୍ ସମୟରେ କିଭଳି ସ୍ୱାଭାବିକ ଜୀବନ ଯାତ୍ରା ଏବଂ ପିଲାମାନଙ୍କର ଶିକ୍ଷା ବ୍ୟାହତ ହୋଇଥିଲା ତା’ ଉପରେ ମତବ୍ୟକ୍ତ କରିଥିଲେ। ଓଏସସିପିସିଆର୍‍ର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଥିଲେ ଯେ କୋଭିଡ୍ ସମୟରେ ସରକାର ଶିଶୁମାନଙ୍କର ନିରାପତ୍ତା, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଅଭିଭାବକମାନଙ୍କ ସହିତ ପରାମର୍ଶ କରି ଯଥାଶୀଘ୍ର ସମ୍ଭବ ବିଦ୍ୟାଳୟଗୁଡିକ ଖୋଲିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ସେଭ୍‍ ଦି ଚିଲଡ୍ରେନ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଦର୍ଶନ ସୁଚି ଭିତ୍ତିଭୂମି, ଆବଶ୍ୟକ ଉପକରଣ, ଡିଜିଟାଲ କୌଶଳ ଏବଂ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅଭାବରୁ ଏହି ଜରୁରୀକାଳୀନ ସମୟରେ ପିଲାମାନଙ୍କର ଶିକ୍ଷା ବ୍ୟାହତ ହୋଇଥିଲା ଏବଂ ଏହାର ପୁନରାବୃତ୍ତି ହେବା ଅନୁଚିତ ବୋଲି କହିଥିଲେ।

ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତିରେ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରସଙ୍ଗ ପ୍ରତି କିଭଳି ଗୁରୁତ୍ବ ଦେଇ ହେବ ସେନେଇ ଓଡ଼ିଶା ସେଭ ଦି ଚିଲଡ୍ରେନର ପ୍ରବନ୍ଧକ ସୌମ୍ୟକାନ୍ତ ମିଶ୍ର, ସହକାରୀ ପ୍ରବନ୍ଧକ ଅଭିଜିତ ଭଦ୍ର ପ୍ରମୁଖ ଆଲୋଚନା କରିଥିଲେ। ଏହି ଅବସରରେ ରାଜ୍ୟରେ ୧୫ଟି ଜିଲ୍ଲାରେ ବୁଲିବାକୁ ଥିବା ଶିକ୍ଷା ସଚେତନତା ଗାଡ଼ିର ଶୁଭାରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe