ମକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ା ପ୍ରତିଭା ସମ୍ମାନ

Advertisment

ନମିତାଙ୍କୁ ମକୁନ୍ଦ-ଅନୁରାଧା କ୍ରୀଡ଼ା ସମ୍ମାନ

ନମିତାଙ୍କୁ ମକୁନ୍ଦ-ଅନୁରାଧା କ୍ରୀଡ଼ା ସମ୍ମାନ

ମକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ା ପ୍ରତିଭା ସମ୍ମାନ

ଭୁବନେଶ୍ବର: ମକୁନ୍ଦ ବରାଳ ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ସପ୍ତମ ମକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ା ପ୍ରତିଭା ସମ୍ମାନ-୨୦୨୨ ଶନିବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ବେଦାନ୍ତର ଓଡ଼ିଶା-ଛତିଶଗଡ଼ ସଭାପତି ତପନ କୁମାର ଚାନ୍ଦ, ବିଧାୟକ ଅନନ୍ତ ନାରାୟଣ ଜେନା, ଜୟ ଓଡ଼ିଶା ମୁଖ୍ୟ ରୁଦ୍ର ସାମନ୍ତରାୟ ଓ ଅଲିମ୍ପିଆନ ଅନୁରାଧା ବିଶ୍ଵାଳ ଯୋଗ ଦେଇଥିଲେ। ଫୁଟବଲ ପାଇଁ ମମତା ପାତ୍ର, ସଫ୍ଟ ଟେନିସ ପାଇଁ ଅଜିତ ଶବର, ଭଲିବଲରେ ଶୁଚିସ୍ମିତା ଡିଣ୍ଡା, କରାଟେର ସାଇ ସ୍ବରୂପ ବେବର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦୀୟମାନ ଆଥଲେଟ୍‌ ନମିତା ପ୍ରଧାନଙ୍କୁ ‘ମକୁନ୍ଦ ବରାଳ ସ୍ମାରକୀ-ଅନୁରାଧା ବିଶ୍ବାଳ’ କ୍ରୀଡ଼ା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।

ସେହିପରି ମକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ାଗୁରୁ ସମ୍ମାନରେ ଶିବପ୍ରସାଦ ମିଶ୍ର, ମହମ୍ମଦ ଆଜମ, ପ୍ରଦୀପ କୁମାର ରାଉତରାୟ, ତାପସ କୁମାର ମହାନ୍ତି ଓ ନାରାୟଣ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ମ୍ୟାନେଜିଂ ଟ୍ରଷ୍ଟି ପୀୟୂଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ବଦ୍ରିନାଥ ପଟ୍ଟନାୟକ, ସୌରେନ୍ଦ୍ର ମହାପାତ୍ର, ଗୌରୀଶଙ୍କର ମିଶ୍ର, ଚିତ୍ତରଞ୍ଜନ ସ୍ୱାଇଁ, ହରିପ୍ରସାଦ ପଟ୍ଟନାୟକ, ନବକିଶୋର ବରାଳ, କୈବଲ୍ୟ ବରାଳ, ଦିଲୀପ ଦାସ, ଟ୍ରଷ୍ଟର ଅଧ୍ୟକ୍ଷ ନବରଞ୍ଜନ ପଟ୍ଟନାୟକ ଓ ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଞ୍ଚାଳନ କରିଥିଲେ। ଶେଷରେ ସୁରତରଙ୍ଗ ପକ୍ଷରୁ ପୁରୁଣା ଓଡ଼ିଆ ଗୀତକୁ ନେଇ ପ୍ରିୟରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe