‌ଶୌଚାଳୟ ପାଇଁ ମାଲେସିଆ ଖେଳାଳି ହଟହଟା

Advertisment
ଧଉଳି ଶାନ୍ତସ୍ତୂପରେ ବେଆଇନ ବାଇକ ଷ୍ଟାଣ୍ଡ ବନ୍ଦ

ଧଉଳି: ମାଲେସିଆର ହକି ଟିମ୍‌ ଆଜି ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଯାଇଥିବା ବେଳେ ହଟହଟାର ସମ୍ମୁଖୀନ ହୋଇଥିବା ଜଣାଯାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଶାନ୍ତିସ୍ତୂପ ପରିସରରେ ଥିବା ଶୌଚାଳୟର ନବୀକରଣ କାର୍ଯ୍ୟ ଚାଲୁଥିବାରୁ ଖେଳାଳିମାନେ ପରିସ୍ରା ଯିବାରେ ହିନସ୍ତା ହୋଇଥିଲେ। ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ୨ଟା ବେଳେ ମାଲେସିଆ ହକି ଟିମ୍‌ ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଆସିଥିଲେ। ବସ୍‌ରେ ଏଠାକୁ ଆସିଥିବା ମୋଟ ୧୮ଜଣ ଖେଳାଳିଙ୍କୁ ଧଉଳି ଥାନା ଏଏସଆଇ ଅଗାଧୁ ରାଉତଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଖେଳାଳିମାନେ ଧାଡ଼ିରେ ଶାନ୍ତିସ୍ତୂପ ଉପରକୁ ଯାଇଥିଲେ। ସେଠାରେ ପାହାଚରେ ଠିଆ ହୋଇ ଫଟୋ ଉଠାଇଥିଲେ। ପରେ ସେମାନେ ତଳକୁ ଆସିଥିଲେ। କିଛି ଖେଳାଳି ଶୌଚାଳୟ ଯିବାକୁ ଚାହିଥିଲେ ହେଁ ଏହି ଅସୁବିଧା ଯୋଗୁଁ ହଟହଟାର ସମ୍ମୁଖୀନ ହୋଇଥିଲେ। ତଳକୁ ବସ ନିକଟକୁ ଆସିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଖେଳାଳି ସିଧାସଳଖ ଯାଇ ବସରେ ବସିଥିଲେ। ଆଉ କିଛି ହସ୍ତତନ୍ତ ସାମଗ୍ରୀ କିଣିଥିଲେ। ତେବେ ଖାଲି ଖେଳାଳି ନୁହେଁ, ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ମଧ୍ୟ ଏହି ସମସ୍ୟା ଭୋଗୁଛନ୍ତି। ଅନ୍ୟ କେତେଜଣ ଦୋକାନରୁ କୁରକୁରି ମାଳ, କାକୁଡ଼ି ଓ ମୃଦୁ ପାନୀୟ କିଣି ବସ ଭିତରକୁ ଯାଇଥିଲେ। ନିର୍ମାଣରେ ଅହେତୁକ ବିଳମ୍ବ ସଂପର୍କରେ ପୁଲିସ ଅଧିକାରୀ ଶ୍ରୀ ରାଉତ ସୁପରଭାଇଜର୍‌ଙ୍କୁ ପଚାରିବାରୁ ଉତ୍ତର ମିଳିଥିଲା ଯେ ହକି ପାଇଁ ଖୁବ କମ୍‌ ଦିନ ଭିତରେ ନବୀକରଣ କାର୍ଯ୍ୟ କରାଯିବାକୁ କୁହାଯାଇଥିବାରୁ ସ୍ଥିତି ଏପରି ହୋଇଛି। ଗତକାଲି ନିର୍ବାହୀଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା ଓ ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା ପ୍ରମୁଖ ଆସି କାମ ତଦାରଖ କରିଥିବା ଜଣାଯାଇଛି। ଅପରପକ୍ଷେ ଠିକାଦାର କାର୍ଯ୍ୟ ଶେଷ କରିବାରେ ବିଳମ୍ବ କରୁଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ହେଲେ ଅଭିଯୋଗ କରିବା ସତ୍ତ୍ବେ ଏଯାଏଁ କାମ ଶେଷ ହୋଇପାରି ନଥିବା କହିଛନ୍ତି। ଏ ଦିଗରେ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe