ଭୁବନେଶ୍ୱରରେ ମଲ୍‌ ଖୋଲିବା ନିଷ୍ପତ୍ତି ହୋଇପାରୁନି

Advertisment
ଆଜିଠୁ ରାଜଧାନୀରେ ଖୋଲିବ ସପିଂ ମଲ୍‌

DNA India

ଭୁବନେଶ୍ବର : କେନ୍ଦ୍ର ସରକାର ଅନଲକ୍‌-୨ ଘୋଷଣା କରିବା ପରେ ରାଜ୍ୟ ସରକାର ଏହି ଅନୁଯାୟୀ ନିଷ୍ପତ୍ତି ନେଇଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ କଟକଣା ଲାଗୁ କରିଛନ୍ତି ବୋଲି ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ହେଲେ ରାଜ୍ୟ ସରକାର ଭୁବନେଶ୍ବରରେ ମଲ୍‌ ଖୋଲିବ କି ନାହିଁ ସେ ନିଷ୍ପତ୍ତି ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଉପରେ ଛାଡ଼ିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ କିଛି ନିଷ୍ପତ୍ତି ନେଇପାରିନାହାନ୍ତି। ସ୍ଥିତି ସମୀକ୍ଷା କରି ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ବିଏମ୍‌ସି କର୍ତ୍ତୃପକ୍ଷ ରାଜଧାନୀର ୧୧ଟି ସପିଂ ମଲ୍‌ ଖୋଲିବା ଉପରେ କଟକଣା ଲଗାଇଥିବାବେଳେ ସେଗୁଡ଼ିକ ଖୋଲିଲେ କେତେ ଭିଡ଼ ହେବ, କିପରି ଲୋକ ନିୟମ ମାନିବେ, ମଲ୍‌ ଖୋଲିଲେ ଏଠାରେ କିପରି କୋଭିଡ୍‌ କଟକଣା କାର୍ଯ୍ୟକାରୀ ହେବ ସେନେଇ ବିଚାରବିମର୍ଷ କରୁଥିବାରୁ ଏବେ କିଛି ନିଷ୍ପତ୍ତି ନେଇନାହାନ୍ତି।

ଅପରପକ୍ଷେ ରାଜଧାନୀରେ ସବୁ ଦୋକାନ ବଜାର ଖୋଲିଯାଇଥିବାରୁ ମଲ୍‌ କର୍ତ୍ତୃପକ୍ଷ ସମସ୍ତ କଟକଣା ମାନି ମଲ୍‌ ଖୋଲିବାକୁ କହୁଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଅଧିକ ଗହଳି ହେବା ଭୟରେ ଅନୁମତି ଦେଉନାହାନ୍ତି। ଏପଟେ ମଲ୍‌ କର୍ତ୍ତୃପକ୍ଷ କହୁଛନ୍ତି ଯେ, ଦେଶର ଅନ୍ୟ ରାଜ୍ୟରେ ମଲ୍‌ ଖୋଲିବାକୁ ସେଠାକର ରାଜ୍ୟ ସରକାର ଅନୁମତି ଦେଇଥିବାବେଳେ ଓଡ଼ିଶାରେ କାହିଁକି ଦିଆଯିବନି। ଆମେ ଲୋକଙ୍କୁ ସଚେତନ କରିବୁ। ବିନା ମାସ୍କରେ କାହାକୁ ପ୍ରବେଶ କରିବାକୁ ଦେବୁନି, ସାମାଜିକ ଦୂରତା ରଖିବୁ। ତେଣୁ ଆମକୁ ମଲ୍‌ ଖୋଲିବାକୁ ଅନୁମତି ଦିଆଯାଉ। ମଲ୍‌ ଯଦି ନଖୋଲିବ ତେବେ ଗୋଟିଏ ମଲ୍‌ରେ ଯେଉଁ ୧୦୦ରୁ ଅଧିକ ଦୋକାନ ରହିଛି ସେମାନେ କିପରି ଭଡ଼ା ଦେବେ, ସେମାନେ କିପରି କର୍ମଚାରୀଙ୍କୁ ଦରମା ଦେବେ। ବିଏମ୍‌ସି କର୍ତ୍ତୃପକ୍ଷ ସବୁ ଦିଗକୁ ବିଚାର କରି ମଲ୍‌ ଖୋଲିବା ନେଇ ନିଷ୍ପତ୍ତି ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe