ଝିଆରିର ନଗ୍ନ ଫଟୋ ଉଠାଇ ବିବାହ କରିବାକୁ ବ୍ଲାକମେଲ୍, ରସିକିଆ ପିଉସା ଗିରଫ

Advertisment
ଝିଆରିର ନଗ୍ନ ଫଟୋ ଉଠାଇ ବିବାହ କରିବାକୁ ବ୍ଲାକମେଲ୍, ରସିକିଆ ପିଉସା ଗିରଫ

Image Courtesy of Zee News

ଭୁବନେଶ୍ବର: ଝିଆରିକୁ ଏକତରଫା ପ୍ରେମ, ପରେ ନଗ୍ନ ଫଟୋ ଉଠାଇ ବ୍ଲାକମେଲ୍ ଏବଂ ଶେଷରେ ବିବାହ ଜିଦ୍‌ରେ ଅଟଳ ରସିକିଆ ପିଉସାକୁ ଗିରଫ କରିଛି ଭରତପୁର ଥାନା ପୁଲିସ। ସେ ହେଲା, ଶ୍ୟାମପୁରର କୃପାସିନ୍ଧୁ ହାତୀ।

ଖବର ଅନୁଯାୟୀ, ଗତ ସପ୍ତାହରେ ନାବାଳିକା ଝିଆରି ପିଉସା କୃପାସିନ୍ଧୁ ଘରକୁ ବୁଲିବାକୁ ଯାଇଥିଲା। କୃପାସିନ୍ଧୁ ନାବାଳିକା ଝିଆରିକୁ ଦେଖି ତାକୁ ପ୍ରେମ ନିବେଦନ କରିଥିଲା। ଝିଆରି ମନା କରିବାରୁ ସେ ଗାଧେଇବା ସମୟରେ ନଗ୍ନ ଫଟୋ ଉଠାଇଥିଲା। ଏହା ପରେ ତାକୁ ନ ବାହା ହେଲେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବ ବୋଲି ଧମକ ଦେଇଥିଲା। ପରେ ଏନେଇ ନାବାଳିକା ତା’ ବାପାଙ୍କୁ ଘଟଣା ସଂପର୍କରେ କହିଥିଲା। ପରେ ନାବାଳିକାଙ୍କ ବାପା ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ଭରତପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ପିଉସା କୃପାସିନ୍ଧୁକୁ ଗିରଫ କରିବା ସହିତ ତା’ ମୋବାଇଲ୍ ଜବତ କରି ତାକୁ କୋର୍ଟ ଚାଲାଣ କରିଥିଲା। ପରେ ସେଠାରୁ କୃପାସିନ୍ଧୁକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe