ଭୁବନେଶ୍ବରରେ ଦୁର୍ବୁତ୍ତର ଛୁରାମାଡ଼ରେ ଜଣେ ଆହତ, ଏମ୍‌ସରେ ଭର୍ତ୍ତି

Advertisment
ହୋଲିରେ ଗଡ଼ିଲା ମୁଣ୍ଡ: ବାପା ମୃତ, ମା ଓ ଝିଅ ଗୁରୁତର

Zee News

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ଆଜି ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ବ୍ୟକ୍ତି ଜଣକ ଛୁରାମାଡ଼ର ଶିକାର ହୋଇଛନ୍ତି।
ଛୁରାମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ବାଲିଆପଡ଼ାର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଆହତ ବ୍ୟକ୍ତି ଜଣଙ୍କୁ ପୁଲିସ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି।
ତେବେ ଦୁର୍ବୁତ୍ତ ଆହତ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଓ ଟଙ୍କା ଛଡାଇ ନେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବ୍ୟକ୍ତିଙ୍କୁ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟି ନେବାପରେ ଦୁର୍ବୁତ୍ତ ନିକଟସ୍ଥ କାଜୁ ଜଙ୍ଗଲରେ ଲୁଚିଛି। ପୁଲିସ ଛୁରାମାଡ଼ କରିଥିବା ଦୁର୍ବୁତ୍ତକୁ ଖୋଜା ଖୋଜି କରୁଛି ।
ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବ ବୋଲି ପୁଲିସ କହିଛି। ତେବେ ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଂଚଳର ଲୋକେ ଦୁଇ ଘଣ୍ଟା ହେବ ତମାଣ୍ଡୋ ଥାନ ଆଗରେ ରାଜ ରାସ୍ତାକୁ ଅବରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe