ପ୍ରକୃତି ବିନା ମଣିଷ ଶୂନ୍ୟ: ମୁଖ୍ୟମନ୍ତ୍ରୀ

‘ଆଦିବାସୀମାନେ ହିଁ ପ୍ରକୃତିକୁ ସବୁଠୁ ବେଶି ଭଲ ପାଆନ୍ତି। ଆଦିମ କାଳରୁ ସେମାନେ ପ୍ରକୃତିକୁ ଦେବତା ଭାବେ ପୂଜା କରିଆସିଛନ୍ତି। ‘କରମା’ ହେଉଛି ସେମିତି ଏକ ପ୍ରକୃତି ପୂଜାର ଗଣପର୍ବ।

gsshsxbxbb

ଚନ୍ଦ୍ରଶେଖରପୁର: ‘ଆଦିବାସୀମାନେ ହିଁ ପ୍ରକୃତିକୁ ସବୁଠୁ ବେଶି ଭଲ ପାଆନ୍ତି। ଆଦିମ କାଳରୁ ସେମାନେ ପ୍ରକୃତିକୁ ଦେବତା ଭାବେ ପୂଜା କରିଆସିଛନ୍ତି। ‘କରମା’ ହେଉଛି ସେମିତି ଏକ ପ୍ରକୃତି ପୂଜାର ଗଣପର୍ବ। ଆଜି ପରିବେଶ ସଂକଟକୁ ନେଇ ବହୁ ଆଲୋଚନା ପର୍ଯ୍ୟାଲୋଚନା ହେଉଛି। କିନ୍ତୁ ଓରାମ ସମାଜ ବହୁ କାଳରୁ କରମା ପର୍ବ ପାଳନ କରି ପରିବେଶ ସଂକଟର ସମାଧାନ ବାର୍ତ୍ତା ଦେଇଆସିଛି। କାରଣ ଆଦିବାସୀମାନେ ହିଁ ବୁଝିଛନ୍ତି ଯେ ପ୍ରକୃତି ବିନା ମଣିଷ ଶୂନ୍ୟ।’ ଚନ୍ଦ୍ରଶେଖରପୁରରେ ଓରାମ ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ ‘କରମା ପୂର୍ବ ସନ୍ଧ୍ୟା’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହିଛନ୍ତି। 

ଓରାମ ସମାଜର ‘କରମା ପୂର୍ବ ସନ୍ଧ୍ୟା’

ଓରାମ ଜନଜାତି ସମାଜକୁ ଉତ୍ସାହିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପୁଣି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ତରଫରୁ ଓରାମ ସାଂସ୍କୃତିକ ସମାଜ ନିମନ୍ତେ ସ୍ଥାୟୀ ଜମି ପ୍ରଦାନ କରାଯିବ ଏବଂ ଓରାମ ଜନଜାତିର ସାଂସ୍କୃତିକ ଉନ୍ନତି ନିମନ୍ତେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ, କରମା ପର୍ବକୁ ଅର୍ଥନୀତି, କୃଷି, ପ୍ରକୃତି ସୁରକ୍ଷା ଓ ସାଂସ୍କୃତିକ ଐତିହ୍ୟର ମୂଳ ଭିତ୍ତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଉପସ୍ଥିତ ରହି ଓରାମ ସାଂସ୍କୃତିକ ସମାଜର ସଭ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ସୁକେଶୀ ଓରାମ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ପ୍ରେମସାଗର ଓରାମ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe