ଦୟାନଦୀକୁ ଡେଇଁ ଯୁବକ ନିଖୋଜ

Advertisment
ଦୟାନଦୀକୁ ଡେଇଁ ଯୁବକ ନିଖୋଜ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟସ୍ଥ ଦୟା ନଦୀକୁ ଡେଇଁ ଆଜି ଅପରାହ୍ନରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଜଣେ ଯୁବକ ଦୟା ନଦୀ ନିକଟକୁ ଆସି ଗାଡ଼ିରୁ ଓହ୍ଲାଇ ପୋଲ ଉପରେ ଛିଡ଼ା ହୋଇଥିଲେ। କିଛି ସମୟ ଏପରି ଛିଡ଼ା ହେବା ପରେ ହଠାତ୍‌ ସେ ଦୟା ନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟଲୋକେ ଯୁବକଙ୍କୁ ନଦୀକୁ ଡେଇଁ ପଡ଼ିବା ଦେଖି ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ସଦସ୍ୟ ପହଞ୍ଚି ନଦୀରେ ଯବକଙ୍କୁ ବହୁ ଖୋଜାଖୋଜି କରିିଥିଲେ।

ଅନେକ ଖୋଜାଖୋଜି କରିଥିଲେ ହେଁ ଯୁବକଙ୍କ କୌଣସି ସନ୍ଧାନ ମିଳି ପାରି ନଥିଲା। ଘଟଣାସ୍ଥଳରେ ଅଗ୍ନିଶମବାହିନୀର ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଯୁବକ ଜଣକ କିଏ, ସେ ଏପରି କାହିଁକି କଲେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe