ଭୁବନେଶ୍ୱର: ଶାବଳ ମାଡ଼ରେ ଶ୍ରମିକ ମୃତ

Advertisment
ଭୁବନେଶ୍ୱର: ଶାବଳ ମାଡ଼ରେ ଶ୍ରମିକ ମୃତ

ଖଣ୍ଡଗିରି:ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଲାଡେନ ଦାସ ନାମକ ଜଣେ ଶ୍ରମିକଙ୍କୁ ପିଟିପିଟି ହତ୍ୟା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନଁପୁଟ୍‌ ଗ୍ରାମର ଏକ ଦୋକାନରୁ ଗତ କିଛିଦିନ ତଳେ ଚୋରି ହୋଇଥିଲା। ଏହି ଚୋରିରେ ଲାଡେନ୍‌ର ହାତ ଥିବା ସନ୍ଦେହ କରି ଗତକାଲି ନପୁଟ ଗ୍ରାମର ୨ ଜଣ ଯୁବକ ତାଙ୍କୁ ପଚରା ଉଚରା କରିବାର ଲାଡେନ ଉତ୍ତ୍ୟକ୍ତ ହୋଇ ଏକ ଶାବଳରେ ସେମାନଙ୍କୁ ଆକ୍ରମଣ କରିଥିଲା।ମାତ୍ର ଯୁବକଦ୍ୱୟ ସେହି ଶାବଳ ଛଡ଼ାଇ ଲାଡେନଙ୍କ ମୁଣ୍ଡକୁ ପିଟିଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲା। ତାଙ୍କୁ ଏମ୍‌ସକୁ ନିଆଯାଇଥିିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe