ଫ୍ୟାନ୍‌ରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

Advertisment
ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ବାଲିଅନ୍ତା: ସ୍ଥାନୀୟ ବେଣୁପୁର ଗ୍ରାମର ମାନସ କୁମାର ଓଝା (୨୮) ଆଜି ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପରିବାରଲୋକେ ଜଣାଇବା ପରେ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ଆଦିକନ୍ଦ ଓଝାଙ୍କ ଏକମାତ୍ର ପୁଅ ମାନସ ଅବିବାହିତ। ସେ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ତେବେ ଶାରୀରିକ ଅସୁସ୍ଥତା ଯୋଗୁଁ ଘରକୁ ପଳାଇ ଆସିଥିଲେ। ସେବେଠାରୁ ସେ ଚିକିତ୍ସ‌ାଧୀନ ଥିଲେ। ଆଜି ପୂର୍ବାହ୍ନରେ ତାଙ୍କ ଘରେ କେହି ନଥିବା ବେଳେ ମାନସ ଷ୍ଟୋର୍‌ ରୁମ୍​ରେ ବେକରେ ଲୁଗା ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe