ଭୁବନେଶ୍ବର: ମନନ ନାଟ୍ୟସଂସ୍ଥାର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ନାଟକ ମହୋତ୍ସବ-୨୦୨୦ର ଆଜି ଥିଲା ୩ୟ ସନ୍ଧ୍ୟା। ଏହି ଅବସରରେ ଜୀବନ ରେଖା ନାଟ୍ୟାନୁଷ୍ଠାନ ପକ୍ଷରୁ ନାଟକ ‘ଅନାମିକା ତାରା’ ମଞ୍ଚସ୍ଥ ହୋଇଯାଇଛି। ନାଟକର ରଚନା ପଞ୍ଚାନନ ପାତ୍ର କରିଥିବା ବେଳେ ଅଭିନ୍ନ ରାଉତରାୟ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ବିଭିନ୍ନ ଚରିତ୍ରରେ ପବିତ୍ର, ମାନୁ, ସୁନୀଲ, ଧରିତ୍ରୀ ଓ ସନ୍ଦିପ୍ତା ଅଭିନୟ କରିଥିଲେ। ଏହି ଅବସରରେ ଫଟୋ ସାମ୍ବାଦିକ ବିଶ୍ୱରଞ୍ଜନ ମିଶ୍ର, ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ, ସୌମିକା ଦାଶଙ୍କୁ ‘ମନନ ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସନ୍ଧ୍ୟାରେ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ରାମକୃଷ୍ଣ ସାହୁ, ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦ, ‘ପ୍ରମେୟ’ର ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ମନୋଜ ପଟ୍ଟନାୟକ ଓ ବଙ୍କିମ୍ ନାୟକ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ ।
ମନନ ନାଟକ ମହୋତ୍ସବ: ମଞ୍ଚସ୍ଥ ହେଲା ‘ଅନାମିକା ତାରା’
Advertisment
Follow Us