ଆରମ୍ଭ ହେଲା ‘ମନନ’ର ନାଟ୍ୟ ମହୋତ୍ସବ: ପ୍ରଥମ ସନ୍ଧ୍ୟାରେ ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି’

ଆରମ୍ଭ ହେଲା ‘ମନନ’ର ନାଟ୍ୟ ମହୋତ୍ସବ: ପ୍ରଥମ ସନ୍ଧ୍ୟାରେ ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି’

ଭୁବନେଶ୍ବର: ଆଜି ଗାନ୍ଧୀବାଦର ସ୍ଥାନ କେଉଁଠି? ଅହିଂସା, ସତ୍ୟ ଓ ଧର୍ମକୁ ନେଇ ବଞ୍ଚିବା ସତରେ କ’ଣ ସହଜ? ବଳଭଦ୍ରଙ୍କ ଜୀବନରେ ଏମିତି ଅନେକ ଘଟଣା ଘଟୁଥାଏ, ଯାହାକି ତାଙ୍କୁ ଅନ୍ୟାୟ ସହ ସାଲିସ କରିବାକୁ ବାଧ୍ୟ କରେ। କିନ୍ତୁ ସେ ଏକନିଷ୍ଠ ଭାବେ ଅନ୍ୟାୟ ସହ ସାଲିସ ନ କରି କାମ କରି ଚାଲନ୍ତି। ଏଥିପାଇଁ ସବୁବେଳେ ହାରନ୍ତି, କିନ୍ତୁ ଜିତିବାର ଅଭିନୟ କରନ୍ତି। କୌଣସି ପରିସ୍ଥିତିରେ ବି ସେ ନିଜର ନୈତିକତା ଛାଡ଼ନ୍ତି ନାହିଁ। ଫଳରେ ଏଭଳି ଏକ ସମୟ ଆସେ, ସେ ଏବେ ହାରିଯି‌ବେ ବୋଲି ଲାଗେ। ତା’ ହେଲେ ଗାନ୍ଧୀବାଦ, ସତ୍ୟ ଓ ଅହିଂସାର ମୂଲ୍ୟ କ’ଣ? ସତରେ କ’ଣ ଗାନ୍ଧୀବାଦ ଲୋପ ପାଇଯାଇଛି? ଏଭଳି ଏକ ସମ୍ବେଦନଶୀଳ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପ ମଞ୍ଚରେ ମଞ୍ଚସ୍ଥ ହୋଇଛି ନାଟକ ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି’।

‘ମନନ’ ନାଟ୍ୟସଂସ୍ଥାର ୪୪ତମ ଜନ୍ମବାର୍ଷିକୀ ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ୫ ଦିନିଆ ‘ନା‌ଟକ ମହୋତ୍ସବ’ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ‘ମନନ’ର ନିଜସ୍ବ ନାଟକ ‘ଘଡ଼ି ଘଡ଼ିକେ ଘୋଡ଼ା ଛୁଟୁଛି’ ପରିବେଷିତ ହୋଇଥିଲା। ନାଟକର ରଚନା ଶଙ୍କର ତ୍ରିପାଠୀ କରିଥିବା ବେଳେ ଏହାର ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ମନୋଜ ପଟ୍ଟନାୟକ। ପ୍ରମୁଖ ଭୂମିକାରେ ମନୋଜ ପଟ୍ଟନାୟକଙ୍କ ସମେତ ନିରଞ୍ଜନ ସାହୁ, ଅନୁଜ ପଟ୍ଟନାୟକ, ସରୋଜ ପଟ୍ଟନାୟକ ଓ ରାମଚନ୍ଦ୍ର ଭୋଳ ପ୍ରମୁଖ ଅଭିନୟ କରିଥିଲେ। ଆଜିର ଉଦ୍‌ଘାଟନୀ ଉତ୍ସବରେ ପ୍ରଫେସର ବମନ କେନ୍ଦ୍ରେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ଓ ସାମ୍ବାଦିକ ରଞ୍ଜନ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe