‘ମନନ’ ନାଟ୍ୟ ମହୋତ୍ସବ : ଭ୍ରୂଣର ଦୋଷ କଣ?

Advertisment

କେଶବ ରଂଜନ ଓ ଅସିତଙ୍କୁ ‘ମନନ’ ସମ୍ମାନ

କେଶବ ରଂଜନ ଓ ଅସିତଙ୍କୁ ‘ମନନ’ ସମ୍ମାନ

‘ମନନ’ ନାଟ୍ୟ ମହୋତ୍ସବ : ଭ୍ରୂଣର ଦୋଷ କଣ?

ଭୁବନେଶ୍ୱର : ଭ୍ରୂଣର ବା ଦୋଷ କ’ଣ? ସେ କ’ଣ ଜାଣିଥିଲା ଅନୈତିକ ସମ୍ବନ୍ଧରୁ ତା’ର ଜନ୍ମ ବୋଲି ? ତେବେ ସେ କାହିଁକି ବଞ୍ଚିବନି ? ତା’ର କ’ଣ ବଞ୍ଚିବାର ଅଧିକାର ନାହିଁ ? ବାହାରକୁ ଆସିବାକୁ ବାଟ ଖୋଜୁଥିବା ବେଳେ ତାକୁ ମାରିଦେବା ବି କୋଉ ଅପରାଧଠୁ କମ୍‌ ନୁହେଁ। ତେବେ ସମାଜ ଆଖିରେ ସେ ଅଲୋଡ଼ା କାହିଁକି ? ପରିବାର ଆଖିରେ ସେ କାହିଁକି ପାପର ଭ୍ରୂଣର ପରିଚୟରେ ପରିଚିତ ହେବ। ଏହିଭଳି ଏକ ସମ୍ବେଦନଶୀଳ କଥାବସ୍ତୁକୁ ଆଧାର କରି ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ପୁତ୍‌ଲି’। ‘ମନନ’ ନାଟ୍ୟସଂସ୍ଥାର ୩୯ତମ ବାର୍ଷିକ ନାଟ୍ୟ ମହୋତ୍ସବରେ ବରଗଡ଼ର ‘ଲୁ’ ନାଟ୍ୟାନୁଷ୍ଠାନ ଭେଟି ଦେଇଥିଲା ଏହି ନାଟକ।

ନାଟକର ରଚନା ସହ ନିର୍ଦେଶନା ଦେଇଥିଲେ ରଂଜନ ପ୍ରଧାନ। ସୁବ୍ରତ, ସୋନାଲିକା, ଦୟାସାଗର, ଜୀବନରାମ, ଘନସୁନ୍ଦର, ଦୁଃଖନାଶନ ଓ ବେବି ପ୍ରମୁଖ ଅଭିନୟ କରିଥିଲେ। ସନ୍ଧ୍ୟାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ କୁମାର ପରିଡ଼ା ଏବଂ ଅଭିନେତା ତଥା ନିର୍ଦ୍ଦେଶକ ପ୍ରସନ୍ନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାଟ୍ୟସଂସ୍ଥାର ସଭାପତି ମନୋଜ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ‘ସମ୍ବାଦ’ର ଫଟୋ ସାମ୍ବାଦିକ ଅସିତ୍‌ କୁମାର ଶତପଥୀ ଏବଂ ନାଟ୍ୟ ନିର୍ଦ୍ଦେଶକ କେଶବ ରଂଜନ ପ୍ରଧାନଙ୍କୁ ‘ମନନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe