ମାନସ ହତ୍ୟା ମାମଲା: ଧରାପଡ଼ିଲା ଅଭି ବାଘସିଂ, ଖଣ୍ଡା ଜବତ, ୨ବଡ଼ ଭାଇ ଫେରାର

ବହୁ ଚର୍ଚ୍ଚିତ ମାନସ ଦଳେଇ ହତ୍ୟା ମାମଲାରେ ଜଟଣୀ ଥାନା ପୁଲିସ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ କରିଛି। ଗତକାଲି ରାତିରେ ଖୋର୍ଦ୍ଧା ମଳିପଡ଼ାରୁ ଧରାପଡ଼ିଥିବା ଅଭିଯୁକ୍ତ ହେଲା ଜଟଣୀ ଉପରବସ୍ତ ମୁଣ୍ଡଳୀସାହିର ଅଭିରାମ ବାଘସିଂ(୨୮)। ପୁଲିସ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ କରିଛି।

sdscxcx

ଜଟଣୀ: ବହୁ ଚର୍ଚ୍ଚିତ ମାନସ ଦଳେଇ ହତ୍ୟା ମାମଲାରେ ଜଟଣୀ ଥାନା ପୁଲିସ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ କରିଛି। ଗତକାଲି ରାତିରେ ଖୋର୍ଦ୍ଧା ମଳିପଡ଼ାରୁ ଧରାପଡ଼ିଥିବା ଅଭିଯୁକ୍ତ ହେଲା ଜଟଣୀ ଉପରବସ୍ତ ମୁଣ୍ଡଳୀସାହିର ଅଭିରାମ ବାଘସିଂ(୨୮)। ପୁଲିସ ତା’ ନିକଟରୁ ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ କରିଛି। କିନ୍ତୁ ଅଭିରାମର ୨ ବଡ଼ ଭାଇ ଏବେ ବି ପୁଲିସ ପାଇଁ ଅପହଞ୍ଚ ହୋଇ ରହିଛନ୍ତି। ଘଟଣାଦିନ ରାତିରେ ଯେଉଁ ୭/୮ଜଣ ମାନସଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ, ସେମାନଙ୍କ ନେତୃତ୍ବ ନେଇଥଲେ ଅଭିରାମ ଓ ତା’ର ୨ ବଡ଼ ଭାଇ। ଆଜି ପୁଲିସ ଅଭିରାମକୁ କୋର୍ଟ ଚାଲାଣ କରିଛି ଏବଂ ଅନ୍ୟମାନଙ୍କୁ ଖୋଜୁଛି।

ଘଟଣା ଦିନ ରାତିରୁ ହିଁ ହତ୍ୟାକାରୀଙ୍କ ବାବଦରେ ପୁଲିସକୁ ସବୁ ସୂଚନା ମିଳିସାରିଥିଲା। ଲଘୁ ଖଣିଜ ଚୋରା ଚାଲାଣ କରୁଥିବା ବାଘସିଂ ଭାଇମାନେ ହିଁ ସେମାନଙ୍କ ମୁ୍ଖ୍ୟ ପ୍ରତିଦ୍ବନ୍ଦ୍ବୀ ମାନସକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଛନ୍ତି ବୋଲି ପୁଲିସକୁ ସୂଚନା ମିଳିସାରିଥିଲା। ଆକ୍ରମଣ ହେଉଥିବା ବେଳେ ଘଟଣାସ୍ଥଳରୁ ଖସି ପଳାଇଥିବା ମ‌ାନସଙ୍କ ୨ ସହଯୋଗୀ ହିଁ ପ୍ରତ୍ୟକ୍ଷଦର୍ଶୀ ହିସାବରେ ପୁଲିସକୁ ହତ୍ୟାକାରୀମାନଙ୍କ ବିଷୟରେ କହିଥିଲେ। କିନ୍ତୁ ବାଘସିଂ ଭାଇମାନେ ଫେରାର୍ ହୋଇଯାଇଥିଲେ। ଘଟଣାପରଠୁ ପୁଲିସ ୩ ଭାଇଙ୍କ ମୋବାଇଲ ଟ୍ରାକ୍‌ କରୁଥିଲା। ଏମିତିକି ସେମାନଙ୍କ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଘର ଉପରେ ପୁଲିସ ନଜର ରଖିଥିଲା। ଗତକାଲି ଅଭିରାମ ମଳିପଡ଼ାରେ ଲୁଚିଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଆଜି ସକାଳେ ସେ ଲୁଚାଇଥିବା ଜାଗାକୁ ନେଇ ପୁଲିସକୁ ଖଣ୍ଡା ଦେଖାଇଥିଲା। ମୋରମ୍‌, ମାଟି ଓ ମାଙ୍କଡ଼ା ପଥର ଭଳି ଲଘୁ ଖଣିଜ ଚୋରା ଚାଲାଣ ପ୍ରତିଯୋଗିତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଜଣାପଡ଼ିଛି। ଉଭୟ ମାନସ ଓ ବାଘସିଂ ଭାଇମାନେ ଏହି ବେପାରରେ ସମ୍ପୃକ୍ତ ଥିଲେ ଏବଂ ସେମାନଙ୍କ ଭିତରେ ପ୍ରତିଦ୍ବନ୍ଦ୍ବିତା ଲାଗିରହିଥିଲା।

ମାନସର ଘର ବିକାଶନଗର ଓ ବାଘସିଂ ଭାଇମାନଙ୍କ ଘର ବିକାଶନଗର ନିକଟ ଉପରବସ୍ତରେ। ତେଣୁ ଉଭୟେ ସ୍ଥାନୀୟ ହୋଇଥିବାରୁ କେହି କାହାକୁ ବଳେଇଯିବାକୁ ବାଟ ଛାଡ଼ୁନଥିଲେ। ମାନସର ଆପରାଧିକ ରେକର୍ଡ ବେଶ୍‌ ମଜବୁତ ଥିଲା। ଏଥିସହିତ ତାକୁ ରାଜନୈତିକ ପୃଷ୍ଠପୋଷକତା ମିଳୁଥିଲା। ତେଣୁ ବାଘସିଂ ଭାଇମାନେ ତାକୁ ମୁକାବିଲା କରିପାରୁ ନଥିଲେ। ଦିନକୁ ଦିନ ବାଘସିଂ ଭାଇମାନଙ୍କ ବେପାର ମାନ୍ଦା ହେଲା ଏବଂ ମାନସର ବେପାର ବଢ଼ିବଢ଼ି ଚାଲିଲା। ତେଣୁ ମାନସକୁ ହତ୍ୟା କରିବାକୁ ବାଘସିଂ ଭାଇମାନେ ପ୍ରସ୍ତୁତ ହୋଇ ରହିଥିଲେ। ୪ ତାରିଖ ରାତିରେ ଦୁଇ ଗୋଷ୍ଠୀ ଷଣ୍ଢପୁରସ୍ଥିତ ଜଟଣୀ ଆଦର୍ଶ ବିଦ୍ୟାଳୟ ନିକଟରେ ମୁହାଁମୁହିଁ ହୋଇଥିଲେ। କାହା ଗାଡ଼ି ଆଗ ମୋରମ୍‌ ଉଠାଇବ, ସେନେଇ କଥା କଟାକଟି ହୋଇଥିଲା। ପୂର୍ବରୁ ପ୍ରସ୍ତୁତ ହୋଇଥିବା ବାଘସିଂ ଭାଇମାନେ ଅତର୍କିତ ଭାବେ ମାନସକୁ ଖଣ୍ଡାରେ ହାଣି ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe