ମାନସ ହତ୍ୟା ମାମଲା: ପୁଲିସ ହାତ ଖାଲି

Advertisment

ଗୁରୁବାର ବିଳମ୍ୱିତ ରାତିରେ ସ୍ଥାନୀୟ ବିକାଶନଗରର ମାନସ ଦଳେଇ ଓରଫ ରାକେଶକୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଏବେ ବି ପୁଲିସ ହାତ ଖାଲି।

ଗୁରୁବାର ବିଳମ୍ୱିତ ରାତିରେ ସ୍ଥାନୀୟ ବିକାଶନଗରର ମାନସ ଦଳେଇ ଓରଫ ରାକେଶକୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଏବେ ବି ପୁଲିସ ହାତ ଖାଲି।

ffgbvvbg

ଜଟଣୀ: ଗୁରୁବାର ବିଳମ୍ୱିତ ରାତିରେ ସ୍ଥାନୀୟ ବିକାଶନଗରର ମାନସ ଦଳେଇ ଓରଫ ରାକେଶକୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଏବେ ବି ପୁଲିସ ହାତ ଖାଲି। ହତ୍ୟାକାରୀମାନଙ୍କୁ ଚିହ୍ନଟ କରାଯାଇଥିଲେ ହେଁ ପୁଲିସ ସେମାନଙ୍କ ପତ୍ତା ପାଇନାହିଁ। ପୁଲିସ ଏଥିପାଇଁ ୩ଟି ଟିମ୍‌ ନିୟୋଜିତ କରିଥିଲେ ହେଁ ସଫଳତା ପାଇନାହିଁ। ଏହି ହତ୍ୟାକାଣ୍ଡରେ ୩ ଭାଇଙ୍କ ସମେତ ୫ଜଣ ସମ୍ପୃକ୍ତ ଥିବା ଚର୍ଚ୍ଚା ହେଉଛି। ସେମାନେ ରାଜ୍ୟ ବାହାରକୁ ପଳାଇଥିବା ଅନୁମାନ କରାଯାଉଛି। 

ଗୁରୁବାର ରାତି ପ୍ରାୟ ୧ଟା ବେଳେ ମାନସ ନିଜ କାର୍‌ରେ ଘରୁ ବାହାରି ଯାଇଥିଲେ। ତାଙ୍କ ସହ ନିଜର କିଛି ସହଯୋଗୀ ଥିଲେ। ସେ ଜଟଣୀ ଷଣ୍ଢପୁରସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ପହଞ୍ଚିଥିବା ବେଳେ ପ୍ରତିପକ୍ଷ ସହ ମୁହାଁମୁହିଁ ହୋଇଥି‌ଲେ। ମାନସଙ୍କୁ ଦେଖିବା ମାତ୍ରେ ୭/୮ଜଣ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ମାନସଙ୍କ ସାଙ୍ଗରେ ଥିବା ଯୁବକମାନେ ଭୟରେ ଦୌଡ଼ିଥିଲେ। ମାନସ କିନ୍ତୁ ଖସି ପାରିନଥିଲେ। ଆକ୍ରମଣକାରୀମାନେ ଖଣ୍ଡାରେ ତାଙ୍କୁ ବଡ଼ ନିର୍ମମ ଭାବେ ହାଣି ପକାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଘଟଣାସ୍ଥଳରୁ ଖସି ପଳାଇଥିବା ସହଯୋଗୀମାନଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ବଞ୍ଚିଥିବା ଭାବି ମାନସଙ୍କୁ ଏମ୍‌ସ ପଠାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସୂଚନାନୁସାରେ ମାନସ ଜଣେ ପେସାଦାର ଅପରାଧୀ। ପୂର୍ବରୁ ତା ନାଁରେ ବିଭିନ୍ନ ଆପରାଧିକ ମାମଲା ରହିଛି। ତେଣୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାନସକୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe