ମଙ୍ଗଳ ମେମୋରିଆଲ କ୍ରିକେଟ୍‌ ଉଦ୍‌ଯାପିତ

Advertisment
ମଙ୍ଗଳ ମେମୋରିଆଲ କ୍ରିକେଟ୍‌ ଉଦ୍‌ଯାପିତ

ଭୁବନେଶ୍ବର: ଭିଏସସନଗର ମା’ ଗୋଜବାୟାଣୀ କ୍ରିକେଟ୍ କ୍ଲବ୍‌ ପକ୍ଷରୁ ତିନି ଦିନବ୍ୟାପୀ ଚାଲିଥିବା ‘ମଙ୍ଗଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ’ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସଂଯୋଜକ ପ୍ରକାଶ ତ୍ରିପାଠୀ, ଛାତ୍ର ବିଜେଡି ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା, କର୍ପୋରେଟର୍‌ ପ୍ରଭାସିନୀ ମହାନ୍ତି, କର୍ପୋରେଟର୍‌ ଏସ୍‌.କେ ନୁରହାସନ୍, ରାଜ୍ୟ ଛାତ୍ର ବିଜେଡି ସହସମ୍ପାଦକ ସୌମ୍ୟରଂଜନ ପ୍ରଧାନ, ବରିଷ୍ଠ ନାଗରିକ ଶିବପ୍ରସାଦ ମିଶ୍ର, ଆଇନଜୀବୀ ଅନୁପମ ମହାନ୍ତି, ଯୁବନେତା ବିଭୁଦତ୍ତ ରଥ, ଛାତ୍ର ବିଜେଡି ନେତା ଦୀନବନ୍ଧୁ ପତି ଅତିଥି ଭାବେ ଯୋଗଦେଇ ଫାଇନାଲ ମ୍ୟାଚ୍‌ରେ ବିଜୟୀ ରସୁଲଗଡ଼ ଟିମ୍‌କୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ସହ ବିଜୟୀ ଟ୍ରଫି ଓ ହଂସପାଳ ଟିମ୍‌କୁ ୯ହଜାର ଟଙ୍କା ସହ ରନର୍ସ ଟ୍ରଫି ପ୍ରଦାନ କରିଥିଲେ।

ମ୍ୟାଚ୍‌ଗୁଡ଼ିକୁ କାର୍ତ୍ତିକେଶ୍ୱର ମହାପାତ୍ର, ଅଜୟ ବେହେରା, ଦିଲ୍ଲୀପ ସାହୁ, କ୍ଲବ୍‌ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ଏହି ତିନିଦିନିଆ ମ୍ୟାଚ୍‌ରେ ବିଭିନ୍ନ ଅଞ୍ଚଳରୁ ୨୨ ଗୋଟି ଟିମ୍‌ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe