ନାବାର୍ଡ ପକ୍ଷରୁ ଆମ୍ବ ଉତ୍ସବ

ନାବାର୍ଡ ପକ୍ଷରୁ ଆମ୍ବ ଉତ୍ସବ

????????????????????????????????????

ଭୁବନେଶ୍ୱର: ଜନଜାତିର ଲୋକମାନଙ୍କୁ ଯୁଗ ଯୁଗ ଧରି ଉପେକ୍ଷା କରାଯାଇଥିଲା। ସେମାନଙ୍କର ଶକ୍ତି ଓ ସାମର୍ଥ୍ୟର ଉପଯୋଗ ହୋଇ ନଥିଲା। ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ଗ୍ରହଣ କରାଯାଇଛି। ଅନେକ ଉନ୍ନତି ମଧ୍ୟ ପରିଲକ୍ଷିତ ହୋଇଛି। ସେମାନଙ୍କର ଦକ୍ଷତା ବୃଦ୍ଧି ଓ ସମସ୍ତ ପ୍ରକାର ଉପଯୋଗୀ ସହାୟତା ପ୍ରଦାନ ଉପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୁରୁତ୍ୱାରୋପ କରିଛନ୍ତି। ନୂଆପଲ୍ଲୀସ୍ଥିତ ନାବାର୍ଡଠାରେ ଆୟୋଜିତ ଦ୍ୱିତୀୟ ନାବାର୍ଡ ଆମ୍ବ ମହୋତ୍ସବକୁ ଉଦ୍‌ଘାଟନ କରି ରାଜ୍ୟପାଳ ନାବାର୍ଡର ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ। କୃଷି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ନାବାର୍ଡର ବିଶେଷ ଯୋଗଦାନ ଥିବା ପ୍ରକାଶ କରି ରାଜ୍ୟପାଳ ଜନଜାତିଙ୍କ ବିକାଶ ଓ ଅର୍ଥନୈତିକ ପ୍ରଗତିକୁ ଅଗ୍ରାଧିକାର ଦେବାକୁ ପରାମର୍ଶ ଦେଇଛନ୍ତି। ନାବାର୍ଡର ଚିଫ୍‌ ଜେନେରାଲ ମ୍ୟାନେଜର ଡ. ବି କେ ପାଣିଗ୍ରାହୀ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଦେଇଥିଲେ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୦ରୁ ଅଧିକ ଷ୍ଟଲ ଲାଗିଥିବା ବେଳେ ଦଶେରୀ, ଲେଙ୍ଗଡ଼ା, ଆଲଫାନ୍‌ସୋ, ଆମ୍ରପଲ୍ଲୀ, ନୀଲମ, ଗୁଲାବ ଖାସ, ବମ୍ବେ ଗ୍ରିନ୍‌, ମଲ୍ଲିକା, ଆଖୁରସ, ଓଉ ଆମ୍ବ ଆଦି ପ୍ରଦର୍ଶିତ ହୋଇଛି। ଏହାସହ ମୁଗ, ବିରି, କୋଳଥ, ହଳଦୀ, ବୁଟ, ଇମିଲି, ସୋରିଷ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe