ଭୁବନେଶ୍ୱର: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ (ଆଇସିସିଆର୍) ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ସ୍ୱତନ୍ତ୍ର ଓଡ଼ିଶୀ ନୃତ୍ୟ ଆସର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜାପାନୀ ଓଡ଼ିଶୀ ନୃତ୍ୟଶିଳ୍ପୀ ମାସାକୋ ଓନୋଙ୍କ ନୃତ୍ୟ ସଂଯୋଜନାରେ ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ମାତଙ୍ଗୀଙ୍କ ବୀଣା ବାଦନର ରସଗ୍ରାହୀ କଥାବସ୍ତୁଠୁ ଆରମ୍ଭ କରି ଦୁଃଖରେ ଭାଙ୍ଗି ପଡ଼ିଥିବା ରାଧାଙ୍କ ନିକଟକୁ କୃଷ୍ଣଙ୍କୁ ଯିବା ପାଇଁ ଲଳିତାଙ୍କ ନିବେଦନକୁ ନୃତ୍ୟରେ ପରଷିଥିଲେ ଶିଳ୍ପୀବୃନ୍ଦ। ପରେ ଶିଳ୍ପୀମାନେ ବଟୁ ନୃତ୍ୟ, ହଂସଧ୍ୱନୀ ପଲ୍ଲବୀ ଓ ମୋକ୍ଷ ଭେଟି ଦେଇଥିଲେ। ଏହି ଅବସରରେ ସଂସ୍କୃତି ବିଭାଗର ପ୍ରାକ୍ତନ ନିର୍ଦେଶକ ନରେନ୍ଦ୍ର ମିଶ୍ର, ସାହିତ୍ୟିକ ବୈକୁଣ୍ଠନାଥ ସାହୁ ଏବଂ ଆଇସିସିଆର୍ର ଆଞ୍ଚଳିକ ଅଧିକାରୀ ବଲବୀର ସିଂ ନେଗି ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ ପୂର୍ବକ ଶୁଭାରମ୍ଭ କରିଥିଲେ।
ଓଡ଼ିଶୀରେ ମାଣିକ୍ୟ ବୀଣା
Advertisment
Follow Us