ନନ୍ଦନକାନନରେ ଜନ୍ମ ନେଲା ମଣିପୁରୀ ହରିଣ

ନନ୍ଦନକାନନରେ ଜନ୍ମ ନେଲା ମଣିପୁରୀ ହରିଣ

ବାରଙ୍ଗ/ତ୍ରିଶୂଳିଆ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ‌ର ୩୬ ନମ୍ବର ‘ଖ’ ଖୁଆଡ଼ରେ ଏକ ମଣିପୁରୀ ହରିଣ ଶାବକ ଜନ୍ମ ନେଇଛି। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି। ନବଜାତ ଛୁଆଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ଏହି ଛୁଆକୁ ମିଶାଇ ନନ୍ଦନକାନନର ମଣିପୁରୀ ହରିଣ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରେ ୬ଟି ଅଣ୍ଡିରା, ୫ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୫ଟି ଛୁଆ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe