ଗୋଖୀ ବାବାଙ୍କ ପୀଠରେ ଆଜି ମକର ଉତ୍ସବ

Advertisment
ଗୋଖୀ ବାବାଙ୍କ ପୀଠରେ ଆଜି ମକର ଉତ୍ସବ

ପୁରୁଣା ଭୁବନେଶ୍ୱର : ସ୍ଥାନୀୟ ସୁନ୍ଦରପଦାଠାରେ ଗୋଖୀବାବାଙ୍କ ସ୍ମୃତିରେ ଗୋଖିବାବା ମେଳା କମିଟି ପକ୍ଷରୁ ମକର ଉତ୍ସବ ମହାସମାରୋହରେ ପାଳନ ହେବ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ଉପଲକ୍ଷେ ଆଜି ସନ୍ଧ୍ୟାରେ ଭାଗବତ ପାଠ, ପାଣିତୋଳା ସହ ଭଜନ ସମାରୋହ କରାଯାଇଥିଲା। ଆସନ୍ତାକାଲିି ପୂର୍ବାହ୍ନରେ ଗାଦିପୂଜା, ପରେ ଗାୟତ୍ରୀ ଯଜ୍ଞ, ସନ୍ଧ୍ୟାରେ ଭାଗବତ ପଠନ କରାଯିବ। ସେହିପରି ସନ୍ଧ୍ୟା ୭ଟାରେ ହରିନାମ ସଂକୀର୍ତ୍ତନ କରାଯିବ। ଏଥିସହ ମହିଳା ସଂକୀର୍ତ୍ତନ ମଣ୍ଡଳୀ ସମେତ ବିଭିନ୍ନ ସଂକୀର୍ତ୍ତନ କରାଯିବ।

publive-imageଆସନ୍ତା ୧୫ ତାରିଖ ପୂବାର୍ହ୍ନର ନଗର କୀର୍ତ୍ତନ ଓ ବାଲ୍ୟଲୀଳା ଅୟୋଜନ କରାଯାଇଛି। ଆସନ୍ତା ୧୬ ତାରିଖରେ ମେଳା କମିଟି ପକ୍ଷରୁ ସାମାଜିକ ନାଟକ ସୁଖ ସପନରେ ଲାଗିଲା ନିଆଁ ପରିବେଷଣ କରାଯିବ। ସେହିପରି ୧୭ ତାରିଖଠାରୁ ଭାଗବତ ସପ୍ତାହ ଓ ପ୍ରବଚନ କାର୍ଯ୍ୟ କରାଯିବ। ଆସନ୍ତାକାଲି ସଂକ୍ରାନ୍ତି ତିଥିରେ ଗୋଖିବାବାଙ୍କ ସମାଧିସ୍ଥଳରେ ଶତାଧିକ ନଡ଼ିଆ ଲାଗି କରାଯିବା ସହ ଶହଶହ ଭକ୍ତ ଯୋଗଦେଇ ପୂଜାର୍ଚନା କରିବେ। ପ୍ରାୟ ୩ଶହ ବର୍ଷ ହେଲା ଗୋଖୀବାବାଙ୍କୁ ଗ୍ରାମବାସୀମାନେ ଦେବତାଙ୍କ ଅବତାର ଭାବେ ପୂଜା କରି ଆସୁଛନ୍ତି। ତାଙ୍କୁ ମନେ ପକାଇ ସ୍ଥାନୀୟ ସୁନ୍ଦରପଦା ଗୋଖୀବାବା ମନ୍ଦିରଠାରେ ମକର ସଂକ୍ରାନ୍ତିଠାରୁ ୧୧ ଦିନ ଧରି ମକର ଉତ୍ସବ ପାଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe